Below header

କରୋନା ଭୁତାଣୁ ଉପରେ ଗବେଷଣା କରୁଛି ଆଇଏଲ୍‌ଏସ୍‌, ଟୀକା ପ୍ରସ୍ତୁତ କରିବାରେ ହେବ ସହାୟକ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ଭାଇରସ୍‌ ଉପରେ ଗବେଷଣା ଆରମ୍ଭ କରିଛି ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ସ୍‌) । କରୋନା ରୋଗୀଙ୍କ ଠାରୁ ଭୁତାଣୁ ସଂଗ୍ରହ କରିବା ପରେ ଏହାକୁ କୃର୍ତ୍ତି୍ରମ ପରିବେଷ ବା ଭୁତାଣୁ କିଟ୍‌ସ୍‌ ମଧ୍ୟରେ କଲ୍‌ଚର୍‌ (ଗବେଷଣା) ଜାରି ରହିଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଜୟ ପରିଡା ପ୍ରକାଶ କରିଛନ୍ତି ।

ବେଜ୍ଞାନିକ ସୋମା ଚଟୋପାଧ୍ୟାୟ ଓ ଗୁଲାମ ଏଚ୍‌ ସୟଦ୍‌ ଏହି ଭୁତାଣୁ କଲ୍‌ଚର ଜାରି ରଖିଛନ୍ତି । ଏହା ସମ୍ପୂର୍ଣ୍ଣ ଭୁତାଣୁ କଲ୍‌ଚର୍‌ । ଏଥିରେ ଭୁତାଣୁର ୧୭ ପ୍ରକାର ପୃଥୀକରଣ କରାଯାଇ ତା’ର ଲକ୍ଷଣ ଉପରେ ତର୍ଜମା କରାଯାଉଛି ।

ଯାହାକି କରୋନା ଟୀକା ପ୍ରସ୍ତୁତି କରିବାରେ ସହାୟକ ହୋଇପାରିବ । ଯଦି ଗବେଷଣାରୁ ଭୁତାଣୁ ପାଇଁ ଏକ ଭଲ ପ୍ରତିରୋଧୀ ମିଳି ପାରିବ ତେବେ କରୋନା ପାଇଁ ମେଡିସିନ୍‌ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩ଟି ସ୍ଥାନରେ ଏହି ଭାଇରସ୍‌ କଲ୍‌ଚର ଚାଲିଛି । ଗୋଟିଏ ଏନ୍‌ଆଇଭି ପୁନେ ଠାରେ ଚାଲିଥିବା ବେଳେ ଅନ୍ୟ ଦୁଇଟି ସିସିଏମ୍‌ବି ହାଇଦ୍ରାବାଦ ଓ ଆର୍‌ଏମ୍‌ଆର୍‌ସି ଦିବ୍ରୁଗଡ଼ ବୋଲି ଜଣାପଡ଼ିଛି ।

ଆଗାମୀ ଦିନରେ କରୋନା ମେଡିସିନ୍‌ ପ୍ରସ୍ତୁତ କରିବାରେ ଏହି ଗବେଷଣା ସଫଳତା ଦେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି । ଆଇଏଲ୍‌ଏସ୍‌ ଭୁବନେଶ୍ୱରରେ କରୋନା ଲାବୋରେଟୋରୀ ପ୍ରତିଷ୍ଠା ହେବା ପରେ ଗତ ଏପ୍ରିଲରୁ ପ୍ରାୟ ୪୫ ହଜାର ସାମ୍ପଲ୍‌ ପରୀକ୍ଷା ହୋଇ ସାରିଛି ବୋଲି ନିର୍ଦ୍ଦେଶକ ଶ୍ରୀ ପରିଡ଼ା କହିଛନ୍ତି।

ଦେଶର ୧୬ ତମ ସ୍ଥାନରେ ଥିବା ଏହି ଜାତୀୟ ପ୍ରତିଷ୍ଠାନ କରୋନା ଭାଇରସ୍‌ ଗବେଷଣା କରିବାରେ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବା ସହ କରୋନା ମେଡିସିନ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.