ହେମାମାଳିନୀ ଗୁରୁତର; ଖବରକୁ ଖଣ୍ଡନ କଲେ ନିଜେ ଡ୍ରିମ୍‌ ଗାର୍ଲ, ଭିଡିଓ ସେୟାର କରି କହିଲେ ଏହି କଥା

ଫିଲ୍ମ ଇଣ୍ଡଷ୍ଟ୍ରୀରେ କରୋନା ଭାଇରସ୍‌ ମାମଲା ଦିନକୁ ଦିନ ବଢ଼ିବାରେ ଳାଗିଛି। ମହାନାୟକ ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମାମାଳିନୀଙ୍କୁ ନେଇ ଏକ ଖବର ଆସିଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ଓ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ହେମାମାଳିନୀଙ୍କ ଏହି ଖବରକୁ ନେଇ ଲଗାତାର ସୋସିଆଲ ମିଡିଆରେ ବି ରିଆକ୍ସନ୍‌ ଆସୁଛି। ଫ୍ୟାନ୍‌ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।  ତେବେ ଏହି ମାମଲାରେ ହେମାମାଳିନୀ ନିଜ ନିରବତା ଭାଙ୍ଗିଛନ୍ତି। ହୋମା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି।

Esha Deol reacts to 'fake news' on Hema Malini's health: 'My ...

ଭିଡିଓ ସେୟାର କରି ହେମା କହିଛନ୍ତି ‘ରାଧେ ରାଧେ, ମୋ ଦେହ ଭଲ ନାହିଁ ଓ ମୁଁ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ଏବେ ସବୁଆଡ଼େ ଶୁଣିବା ମିଳୁଛି। ମୁଁ କହିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ମୋର କିଛି ହୋଇନାହିଁ। ଆପଣଙ୍କ ଓ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣଙ୍କ ଚିନ୍ତା ପାଇଁ ଧନ୍ୟବାଦ।’ ହେମାଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟଙ୍କ ଶରୀରରେ ହାଲ୍‌କା କରୋନା ଲକ୍ଷଣ ପ୍ରକାଶ ପାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପଟେ ଅନୁପମ ଖେରଙ୍କ ମା’ ଓ ଭାଇଙ୍କ ପରିବାରକୁ ମଧ୍ୟ କରୋନା ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.