ଦିନକରେ ୫୦୦ ଉପରେ ପଜିଟିଭ୍ କେସ୍, ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୬ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୬ ଆକ୍ରାନ୍ତ ।
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଏହି ସମୟରେ ମୋଟ୍ ୭ହଜାର ୪୬୨ କୋଭିଡ୍ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ସୁସ୍ଥ ହୋଇଛନ୍ତି ୨୮୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାର ୫୯୭କୁ ବୃଦ୍ଧି ହୋଇଛି ।