Below header

ଗଜପତି ଜିଲ୍ଲା ମୋହନା ଓ ଅଡ଼ବା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଂଚଳରେ ଜଣେ ୪ ଓ ଜଣେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ମୋହନା ଓ ଅଡବା ଥାନାରେ ମାମଲା ଦାୟର ହୋଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ଟା ସମୟରେ ୪ ବର୍ଷର ଶିଶୁ କନ୍ୟାର ପିତା ମାତା ଘରେ ନ ଥିବା ବେଳେ ଏକୁଟିଆର ସୁଯୋଗ ନେଇ ଶଶିନ୍ଦ୍ର ପାଇକ ନାମକ ଜଣେ ବିବାହିତ ଯୁବକ ଶିଶୁ କନ୍ୟାକୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ବାପା ମାଆ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଶିଶୁଟିର ମାଆ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ଶିଶୁ କନ୍ୟାକୁ ଡାକ୍ତରୀ ମଇନା କରାଯାଇଥିବା ବେଳେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ସେହିପରି ଅଡବା ଥାନା ଅନ୍ତର୍ଗତ ଡୁଣ୍ଡିଗୁଡା ଅଞ୍ଚଳରେ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ଛଅ ବର୍ଷର ଝିଅକୁ ୧୭ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଡବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାର ମା ଥାନାରେ ଏତଲା ଦେବା ପରେ ଉଭୟଙ୍କୁ ପୋଲିସ ଡାକ୍ତରୀ ମାଇନା କରିବା ପରେ ପୋକସୋ ଆଇନ୍‌ ଆଧାରରେ ଅଭିଯୁକ୍ତକୁ ସ୍ବଧାର ଗୃହକୁ ପଠାଯାଇଥିବା ସୂଚନା ମିଳିଛି । ଗାଁ ଦାଣ୍ଡରେ ଝିଅଟି ଖେଳୁଥିବା ସମୟରେ ନାବାଳକ ଅଭିଯୁକ୍ତ ତାକୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଥାନା ରେ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.