ମୟୁରଭଞ୍ଜରେ ଅଭାବନୀୟ ଘଟଣା: ପାରିବାରିକ କଳହର କରୁଣ ପରିଣତି, ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ମୟୁରଭଞ୍ଜ: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳେ ପୁଅ ରମେଶ ସୋରେନ୍ ଏବଂ ବାପା ରାବଣ ସୋରେନଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆରେ ବାପାକୁ ଅତି ନୃଶଂସ ଭାବେ ହତ୍ଯା କରିଥିଲା। ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀ ପୁଅକୁ ଅଟକ ରଖିବା ସହିତ ଟାଙ୍ଗିଆକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.