Below header

ଆରମ୍ଭ ହେଲା ପରୀ ପାଇଁ କଥାଟିଏ ଅଭିଯାନ, ରାଜ୍ୟ ପୋଲିସ ଭବନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମହିଳା ଓ ଶିଶୁ ସୁରକ୍ଷା ନେଇ କର୍ମଶାଳା। ରାଜ୍ୟ ପୋଲିସ ଭବନରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପରୀ ପାଇଁ କଥାଟିଏ ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡକ୍ୟୁମେଣ୍ଟାରୀ ଫିଲ୍ମ, କଫି ଟେବୁଲ ବୁକ ଓ ପରୀ ପାଇଁ କଥାଟିଏ ରିଲିଜ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସର ଦାୟିତ୍ୱ ହେଉଛି ଜନସାଧାରଣଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା। ଅସାମାଜିକ ବ୍ୟକ୍ତି ଓ ଅପରାଧୀଙ୍କ ବିରୋଧରେ ପୋଲିସ ତ୍ୱରିତ, ପ୍ରଭାବଶାଳୀ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପରୀ ପାଇଁ କଥାଟିଏ ଅଭିଯାନ । ୧୫ ଦିନ ଧରି ଏହା ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.