ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା : ଗିରଫ ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି, ୨୯ ଜଣଙ୍କ ଲାଇସେନ୍ସ ସସପେଣ୍ଡ

ସମ୍ବଲପୁର (କେନ୍ୟୁଜ): ପଶ୍ଚିମ ଓଡ଼ିଶାରେ କି ମୋଡ଼ ନେବ ଓକିଲଙ୍କ ଆନ୍ଦୋଳନ । ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ୨୯ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି । କୋର୍ଟ ଭିତରେ ପଶି ଭଙ୍ଗାରୁଜା ଘଟଣାରେ ଏଯାଏ ୧୭ ଜଣ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ଥାନା ପୋଲିସ । CCTV ଫୁଟେଜ୍‌ର ତର୍ଜମା ଚାଲିଛି । ଫୁଟେଜ୍‌ ଦେଖି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ।

ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କୋର୍ଟ ପରିସରର ୨୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି କୋର୍ଟ କାମ । ସେିହପରି ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ ଓ ସମ୍ବଲପୁରରେ ସମସ୍ତ ଅଦାଲତ ଶାନ୍ତି ଶୃଙ୍ଖଳାର ସହ ଚାଲୁଛି ।

ଓଡିଶା ଇତିହାସରେ ଏହା ପ୍ରଥମ। ତେବେ ଏହି ଘଟଣାର କିଛି ଘଣ୍ଟା ପରେ ପୁଲିସ ମଧ୍ୟ ଟାଉନ ଥାନାରେ ୩ଟି ମାମଲା ରୁଜୁ କରି ୧୭ଜଣଙ୍କୁ ଗିରଫ କରିଛି। ଏନେଇ ଓକିଲଙ୍କ ବିରୁଦ୍ଧରେ ଟାଉନ ଥାନାରେ ୪୮୦/୨୦୨୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଆଇପିସିର ୧୪୭, ୩୪୧,୩୨୩, ୩୫୩,୩୩୨, ୫୦୬, ୧୮୬, ୧୮୮, ୧୪୯ ଧାରା ଲଗାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.