ଲଗାତାର ୧୦୭ ଦିନ ପର୍ଯ୍ୟନ୍ତ ମାରାଥନ ଦୌଡି ବିଶ୍ୱ ରେକର୍ଡ କଲେ ଅଷ୍ଟ୍ରେଲୀୟ ମହିଳା ଏର୍ଚନା

ମାରାଥନରେ ଭାଗ ନେବା ଆଉ ମାରାଥନ ଜିତିବା ବହୁତ ବଡ କଥା। କିନ୍ତୁ ଅଷ୍ଟ୍ରେଲିଆର ଜଣେ ମହିଳା ୧୦୭ ଦିନ ପର୍ଯ୍ୟନ୍ତ ଲଗାତାର ମାରାଥନରେ ଭାଗ ନେଇଛନ୍ତି, ସେତିକି ନୁହେଁ ମାରାଥନ ମଧ୍ୟ ଜିତିଛନ୍ତି । ଏବେ ତାଙ୍କ ନାମ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ସାମିଲ ହୋଇଛି। ୩୨ ବର୍ଷୀୟ ଏର୍ଚନା ମୁରେ ବାର୍ଟଲେଟ୍‌ ଚଳିତ ଅଗଷ୍ଟ ମାସରେ କ୍ୱିସଲ୍ୟାଣ୍ଡ କ୍ୟାପ୍‌ ୟର୍କରେ ମାରାଥନ ଆରମ୍ଭ କରିଥିଲେ । ମହିଳାମାନଙ୍କ ପାଇଁ ଏହି ମାରାଥନ ସେ ୪୨.୧୯୫ କିଲୋମିଟରର ରହିଥିଲା ।

୩୨ ବର୍ଷୀୟ ମହିଳା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ମାରାଥନରେ ଶେଷରେ ଛିଡା ହୋଇଥିବାର ନଜର ଆସିଛନ୍ତି। ଏର୍ଚନା ମୁରେ କହିଛନ୍ତି, ଏହି ମାରାଥନ ଯାତ୍ରା ଶେଷ ନୁହେଁ। ସେ ୧୫୦ ଦିନ ମାରାଥନରେ ଭାଗ ନେବାକୁ ଚାହୁଁଛନ୍ତି । ସେ ବନ୍ୟଜନ୍ତୁଙ୍କ ରକ୍ଷା ପାଇଁ ପାଖାପାଖି ୫୦ ହଜାର ଡଲାର(୪୧ ଲକ୍ଷ) ଟଙ୍କା ଯୋଗାଡ କରିଥିଲେ ।

ଏର୍ଚନାଙ୍କ ଏପରି ମାରାଥନ ରେକର୍ଡ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । କିଏ ଶୁଭେଚ୍ଛା ଜଣାଉଛି ତ ଆଉ କିଏ ତାଙ୍କୁ ପ୍ରେରଣା ବୋଲି କହୁଛି ।

ଏହା ପୂର୍ବରୁ ୧୦୬ ଦିନ ମାରାଥନ ବିଶ୍ୱ ରେକର୍ଡ ଥିଲା। ଯାହାକୁ ଅଗଷ୍ଟରେ ବ୍ରିଟିଶ ଧାବକ କେଟ ଜେଡେନ ନିଜ ନାମରେ କରିଥିଲେ । ଏର୍ଚନା ମୁରେ ନିଜର ପ୍ରୋଜେକ୍ଟ ଟିପ ଟୁ ଟୋ ୨୦୨୨ ସହିତ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଅଭିଯାନ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.