ସ୍କୁଲ ରୂପାନ୍ତରିତ କାର୍ଯ୍ଯକ୍ରମ ବେଳେ ହଠାତ୍ ମାଡି ଆସିଲା କାଳବୈଶାଖୀ: ଭୁଶୁଡିଗଲା ଟେଣ୍ଟ, ଚାପିହୋଇ ଅନେକ ଆହତ
![tent](https://knewsodisha.com/wp-content/uploads/2022/06/tent.jpg)
ଦେବଗଡ(କେନ୍ୟୁଜ୍): ଗତକାଲି ସନ୍ଧ୍ଯା ସମୟରେ ଦେବଗଡ ସ୍ଥିତ ରାଜା ବାସୁଦେବ ହାଇସ୍କୁଲ ପଡିଆରେ 5-T ହାଇସ୍କୁଲ ରୂପାନ୍ତର କାର୍ଯ୍ଯକ୍ରମ ବେଳେ ଘଟିଛି ଅଘଟଣ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବାଫଳରେ କାର୍ଯ୍ଯକ୍ରମ ସ୍ଥଳରେ ଲାଗିଥିବା ଟେଣ୍ଟ ଭୁଷୁଡି ବଡିଥିଲା। ଫଳରେ ଟେଣ୍ଟ ତଳେ ଥିବା ବିଭିନ୍ନ ବିଦ୍ୟାଳର ଶତାଧିକ ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ଇସ୍ତଫା ଦେଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ଥିବା ପିଏସଓ ଓ ପୁଲିସ କର୍ମଚାରୀ ଟେଣ୍ଟ ତଳେ ଚାପି ହୋଇ ଆହତ ହୋଇଥିଲେ ।
ମାତ୍ର ଉପସ୍ଥିତ ପୋଲିସ, ଓ ଟେଣ୍ଟ ତଳୁ ବାହାରକୁ ବାହାରି ଆସିଥିବା ଶିକ୍ଷକ ଓ ଅନ୍ଯ ମାନେ ତୁରନ୍ତ ଟେଣ୍ଟ ତଳେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।ସୂଚନା ପାଇ ଦେବଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ଯରେ ଲାଗିଥିବା ବେଳେ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ପଠା ଯାଇଥିଲା।
ପବନ ପ୍ରଭାବରେ ଷ୍ଟେଜ ଓ ଟେଣ୍ଟରେ ଖଞ୍ଜା ଯାଇଥିବା ଏଲଇଡି, ଚୌକି ଓ ସାଉଣ୍ଡ ସିଷ୍ଟମ ଆଦି ଭାଙ୍ଗିରୁଜି ଯାଇଥିଲା । ସ୍କୁଲ ରୁପାନ୍ତର କାର୍ଯ୍ଯକ୍ରମରେ ଦେବଗଡ଼ ଜିଲ୍ଲାର ପାଳି ପଡିବା ପୂର୍ବରୁ ଝଡ଼ ପବନ କାର୍ଯ୍ଯକ୍ରମକୁ ଛାରଖାର କରିଦେଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଏସପି ରାଜକିଶୋର ପାଇକରାୟ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ,ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।