ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ, ଆଜି ତଦନ୍ତ କରିବ ଆୟକର ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣାର ଆଜି ତଦନ୍ତ କରିବ ଆୟକର ବିଭାଗ । ଜବତ ଟଙ୍କାର କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ।
କାଗଜପତ୍ର ନଦେଖାଇ ପାରିଲେ ଟଙ୍କାକୁ ସିଜ୍ କରିବ ପୋଲିସ । ଗତକାଲି ଟଙ୍କା ବ୍ୟାଗ ସହ ଯୁବକଙ୍କୁ ଧରିଥିଲା ଖଣ୍ଡଗିରି ପୋଲିସ । ଜିଏସଟି ଠକିବା ପାଇଁ ହାତରେ ଟଙ୍କା ଅଣାଯାଉଥିବା ପୋଲିସ ସନ୍ଦେହ କରୁଛି ।