Below header

୨୦୨୩କୁ ଘୁଞ୍ଚିଲା ମହିଳା ଟି-୨୦ ବିଶ୍ବକପ୍, ଆଇସିସି ନେଲା ଏଭଳି ନିଷ୍ପତ୍ତି

ମହିଳା ଟି-୨୦ ବିଶ୍ବକପ୍କୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଛି ଆଇସିସି। ଏହି ବିଶ୍ବକପ୍ ୨୦୨୨ ନଭେମ୍ବର ମାସରେ ହେବାର ଥିଲା। ହେଲେ କରୋନା ପ୍ରଭାବ ଯୋଗୁଁ ଏହି ବିଶ୍ବକପ୍କୁ ଏବେ ତିନି ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ବିଶ୍ବକପ୍ ୨୦୨୩ ଫେବ୍ରୁଆରି (୯ରୁ ୨୨ ତାରିଖ)ରେ ଅନୁଷ୍ଠିତ ହେବ।

team

ବିଶ୍ବକପ୍ ଘୁଞ୍ଚିବା ଫଳରେ ମହିଳା ଖେଳାଳିମାନଙ୍କୁ ପ୍ରସ୍ତୁତି କରିବାର ଯଥେଷ୍ଟ ସମୟ ମିଳିପାରିବ ଏବଂ ସେମାନେ ଭଲ ପ୍ରଦର୍ଶନ ଦେବା ପାଇଁ ସେମାନଙ୍କ ଉପରେ ରହିଥିବା ଟେନସନ ଟିକେ କମିପାରିବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନୀ କହିଛନ୍ତି। ପୁଣି ୨୦୨୩ କ୍ୟାଲେଣ୍ଡର ବର୍ଷରେ କୌଣସି ବଡ଼ ମହିଳା ପ୍ରତିଯୋଗିତା ନଥିବାରୁ ଆମକୁ ସହଜ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ନ୍ୟୁଜିଲାଣ୍ଡରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ମହିଳା ବିଶ୍ବକପ୍କୁ ମଧ୍ୟ କରୋନା ପ୍ରଭାବ ଯୋଗୁଁ ଆଇସିସି ୨୦୨୧ରୁ ୨୦୨୨କୁ ଘୁଞ୍ଚାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.