ହନିମୁନ୍ ପାଇଁ ମାଳଦ୍ୱୀପ ଯାଉଛନ୍ତି କି? ହୋଇଯାଆନ୍ତୁ ସତର୍କ, କାରଣ କେବେ ବି ହୋଇପାରେ ଛାଡ଼ପତ୍ର

ବିବାହ ଖାଲି ଦୁଇ ଆତ୍ମାର ମଧୂର ମିଳନ ନୁହେଁ ସାତ ଜନ୍ମର ଅତୁଟ ବନ୍ଧନ। କିନ୍ତୁ ଏସବୁ ମଧ୍ୟରେ ବଡ଼ ବାଧକ ସାଜିଥାଏ ଛାଡ଼ପତ୍ର। ନିକଟରେ କଂପେୟର ବେଟ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ମାଳଦ୍ୱୀପରେ ହନିମୁନ୍ କରୁଥିବା ଯୋଡ଼ିଙ୍କ ମଧ୍ୟରେ ବେଶି ଛାଡ଼ପତ୍ର ମାମଲା ରହିଛି। ଏହି ଗବେଷଣା ୩,୧୦୦ ଲୋକଙ୍କ ଉପରେ କରାଯାଇଛି । ଯେଉଁମାନେ ମାଳଦ୍ୱୀପ ହନିମୁନ୍ ପାଇଁ ଯାଇଥିଲେ ସେମାନେ ଜୀବନସାଥୀଙ୍କ ଠାରୁ ଅଲଗା ରହିଛନ୍ତି ବା ଛାଡପତ୍ର ନେଇ ସାରିଛନ୍ତି। ଏହି ରିସର୍ଚ୍ଚ ଅନୁଯାୟୀ, ହନିମୁନ୍ ପାଇଁ ଥାଇଲ୍ୟାଣ୍ଡ, କୈନକମ ଏବଂ ବ୍ୟାଙ୍କକ୍ କୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଇଛି।

Maldives-ସୂଚନା ମୁତାବକ, ଏହି ୩୧୦୦ ଲୋକଙ୍କ ମଧ୍ୟରୁ ୬୨୦ ଅର୍ଥାତ ୨୦ ପ୍ରତିଶତ ଲୋକଙ୍କ ଛାଡ଼ପତ୍ର ହୋଇସାରିଛି। ମାଳଦ୍ୱୀପ ସେହି ଦେଶମାନଙ୍କ ଲିଷ୍ଟରେ ଉଚ୍ଚରେ ରହିଛି ଯେଉଁଠାରେ ବୈବାହିକ ଦମ୍ପତି ହନିମୁନ୍ କରିବା ପରେ ବହୁତ ଜଲଦି ସେମାନଙ୍କ ଜୀବନରେ ସମସ୍ୟା ଦେଖାଯାଇଥାଏ। ଛାଡ଼ପତ୍ର ମାମଲାରେ ମାଳଦ୍ୱୀପ ପଛକୁ ରହିଛି ମୋରକ୍କୋର ମାରାକେସ ସହର । ଯେଉଁଠାରେ ହନିମୁନ୍ କରିବା ପରେ ୫୨୭ ଅର୍ଥାତ ୨୭ ପ୍ରତିଶତ ଲୋକଙ୍କ ଛାଡ଼ପତ୍ର ହୋଇସାରିଛି। ସେହିପରି ତୃତୀୟ ନମ୍ବରରେ ରହିଛି ବୋରା-ବୋରା , ଯେଉଁଠାରେ ହନିମୁନ୍ ପରେ ୧୩ ପ୍ରତିଶତ ଲୋକଙ୍କର ଛାଡ଼ପତ୍ର ହୋଇଛି।

honeymoonବୈବାହିକ ଜୀବନରେ ଦମ୍ପତିଙ୍କ ପାଇଁ ସୁରକ୍ଷିତ ହନିମୁନ୍ ସ୍ଥାନ ହେଉଛି କାଲିଫର୍ଣ୍ଣିୟାର ନାପା େଓ୍ଵଲୀ ଏବଂ ବ୍ୟାଙ୍କକ୍। ଏଥିସହ ମେକ୍ସିସୋ ସହରର କେନକମ ମଧ୍ୟ ହନିମୁନ୍ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ବୋଲି କୁହାଯାଇଛି। ଗବେଷଣା ଅନୁଯାୟୀ, ହନିମୁନ୍ ପାଇଁ ଆପଣ ବ୍ରିଟେନ୍, ୟୁରୋପିଆନ୍ ଦେଶ, ଗ୍ରୀକ୍‌ର ସୈଂଟୋରିନୀ, ରୋମର େଓ୍ଵନିସ୍ ଏବଂ କ୍ରୋଏସିୟାର ଡୁବ୍ରୋଓ୍ଵନିକ ଯାଇପାରିବେ। ଛୁଟିଦିନମାନଙ୍କରେ ଏହି ସ୍ଥାନକୁ ବହୁ ସଂଖ୍ୟାରେ ଲୋକମାନେ ଯାଉଥିବାର ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.