Below header

ଓଡ଼ିଶା ସୀମାରେ ପୁଣି ଦାଦାଗିରି: ପଥର ଉପରେ ଚିହ୍ନ ମାରିବା ସହ ପତାକା ପୋତିଲା ଆନ୍ଧ୍ର

କୋରାପୁଟ: ଓଡ଼ିଶା ସୀମା ମଧ୍ୟରେ ପୁଣି ଆନ୍ଧ୍ରପ୍ରଦେଶର ଦାଦାଗିରି । ପଥର ଉପରେ ଚିହ୍ନ ମାାରିଲା ଆନ୍ଧ୍ର । ଏହାସହ ପୋତିଲା ପତାକା । ଓଡ଼ିଶା ସୀମାନ୍ତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ଅଞ୍ଚଳ କହି ବିଭିନ୍ନ ସ୍ଥାନରେ ଚୂନରେ ରଙ୍ଗ ଲଗାଇବା ସହ ପତାକା ପୋତିଛି । କୋରାପୁଟ ଜିଲ୍ଲା ସମ୍ବାଇ ପଞ୍ଚାୟତରେ ସୀମାକୁ ନେଇ ବିବାଦ ଦେଖାଦେଇଛି । କିଛି ଦିନ ତଳେ ଓଡ଼ିଶା ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆଲୋଚନା କରି ସମାଧାନ ହୋଇଥିଲା ।

ଏହାସତ୍ୱେ ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି । ଆନ୍ଧ୍ର ଓଡିଶା ସୀମାନ୍ତ ବୁସିଗୁଣ୍ଠା, ଡେକାପଦର, ବଡ଼ଲାମ୍ବା ଗାଁରେ ପଥର ଗଦା କରି ଚୁନ ଲଗାଇଛି । ରାସ୍ତା ଉପରେ ଲେଖାଯାଇଛି ବି.ଆର ବା ବର୍ଡର । ଗତ ୧୪ ତାରିଖରେ ଦୁଇ ରାଜ୍ୟର ଅଧିକାରୀ ମାନେ ଆଲୋଚନା ପରେ ରାସ୍ତାରୁ ପଥର ହଟା ଯାଇଥିଲା ।

andrapradeshଗତକାଲି ଓଡିଶା ପକ୍ଷରୁ ଡିମାର୍କେସନ ପାଇଁ ଆର ଆଇ ପହଁଚିଥିଲେ । ଅନ୍ୟପଟେ କୋରାପୁଟ ଗସ୍ତରେ ଅଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର । ସୀମା ବିବାଦ ନେଇ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷକରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ ଓ ପତାକା ଲଗାଇବା ନେଇ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.