ଭିଭୋ ଲଞ୍ଚ୍ କଲା Vivo Y12s, ଶସ୍ତା ଦାମ୍ରେ କିଣନ୍ତୁ ବଢ଼ିଆ ଫିଚର୍ସ ସ୍ମାର୍ଟଫୋନ୍

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ନିଜର Y-ସିରିଜର ଏକ ନୂଆ ସ୍ମାର୍ଟଫୋନ Vivo Y12sକୁ ଲଞ୍ଚ୍ କରିଛି। ଏହି ଫୋନ୍ Y12sରେ ଆପଣଙ୍କୁ ବଡ଼ ଡିସପ୍ଲେ, ବଡ଼ ବ୍ୟାଟେରୀ ଏବଂ ଡୁଆଲ ରିୟର କ୍ୟାମେରା ମିଳିବ। Vivo ନିଜର Y-ସିରିଜର ଏହି ନୂଆ ସ୍ମାର୍ଟଫୋନ Vivo Y12sରେ 5000mAhର ବଡ଼ ବ୍ୟାଟେରୀ ଦେଇଛି। ସବୁଠୁ ଖାସ୍ ହେଉଛି ଭଲ ପ୍ରର୍ଦଶନ ପାଇଁ କ୍ୱାଲିଟୀ ଏବଂ ବଡ ବ୍ୟାଟେରୀର ଏହି ଫୋନ ୟୁଜର୍ସଙ୍କୁ ବହୁତ କମ୍ ଦାମରେ ମିଳୁଛି।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Y-ସିରିଜର ଲଞ୍ଚ୍ ହୋଇଥିବା Y12S ଭାରତରେ ଉପଲବ୍ଧ ହେଉନାହିଁ। ଏହା ବର୍ତ୍ତମାନ ହଂଙ୍ଗ କଂଙ୍ଗ ଏବଂ ଭିଏତନାମାରେ ଲଞ୍ଚ୍ ହୋଇଛି। ଭିଭୋର ଏହି ନୂଆ ଫୋନ୍ରେ 5000mAhର ବଡ଼ ବ୍ୟାଟେରୀ ରହିଥିବା କାରଣରୁ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଆପଣ ବ୍ୟବହାର କରିପାରିବେ। ଅର୍ଥାତ ଆପଣଙ୍କୁ ଏହି ଫୋନରେ ଚାର୍ଜିଂର ଟେନସନ୍ ରହିବନାହିଁ। ଏହି ବ୍ୟାଟେରୀ ୧୦ ଓ୍ଵାଟ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ। ସେହିପରି ଏହି ସ୍ମାର୍ଟଫୋନରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି, ଯେଉଁଥିପାଇଁ ଏହାର ପିକ୍ଚର କ୍ୱାଲିଟୀ ପୂର୍ବ ଫୋନ ଅପେକ୍ଷା ବହୁତ ଭଲ ବୋଲି କୁହାଯାଉଛି।
Vivo Y12s ସ୍ମାର୍ଟଫୋନରେ ରହିଛି HD+ IPS LCD
ଏହି ନୂଆ ସ୍ମାର୍ଟଫୋନରେ ୩ଜିବି ରାମ ଏବଂ ୩୨ ଜିବିର ଇନବିଲ୍ଟ ମେମୋରୀ ଷ୍ଟୋରେଜ ମଧ୍ୟ ଉପଲବ୍ଧ ରହିଛି। ୟୁଜର୍ସ ଏହାକୁ ନିଜର ସୁବିଧା ଅନୁଯାୟୀ ମାଇକ୍ରୋଏସଡି କାର୍ଡ ଜରିଆରେ ବଢ଼ାଇପାରିବେ। Vivo Y12sରେ କନେକ୍ଟିଭିଟୀ ପାଇଁ ଓ୍ଵାଇ-ଫାଇ ଏସି, ବ୍ଲୁଟୁଥ ୫.୦, ଜିପିଏସ ଦିଆଯାଇଛି। ଏହାର ଡିସପ୍ଲେ ୬.୫୧ ଇଞ୍ଚ ରଖାଯାଇଛି। ଯେଉଁଥିରେ 720 x 1600 ପିକ୍ସେଲ ରିଜୋଲ୍ୟୁସନ ଯୁକ୍ତ HD+ IPS LCD ଲାଗିଛି।
ଆସନ୍ତୁ ଜାଣିବା ଏହାର ଦାମ୍ କେତେ
କମ୍ପାନୀ ଏହି ସ୍ମାର୍ଟଫୋନକୁ ଫ୍ୟାଣ୍ଟମ ବ୍ଲାକ ଏବଂ ଗ୍ଲୋସିୟର ବ୍ଲୁ କଲରରେ ବଜାରରେ ଲଞ୍ଚ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭିଭୋ ର ଏହି ନୂଆ ଆଣ୍ଡ୍ରଏଡ ଫୋନ୍ ୧୦ ଅପରେଟିଙ୍ଗ ସିଷ୍ଟମ ବେସଡ୍ ଫନଟଚ OS 11 ଉପରେ କାମ କରିଥାଏ। ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ଏବଂ ଫେସ୍ ଅନଲକ ରହିଛି। ଏତେ ବଢ଼ିଆ ଫିଚର୍ସ ଥିବା ଏହି ଫୋନର ଦାମ ମଧ୍ୟ ଏତେ ଅଧିକ ନୁହେଁ। ଏହି ଫୋନକୁ ପ୍ରାୟ ୧୦, ୫୦୦ ଟଙ୍କାରେ ଆପଣ କିଣିପାରିବେ।