Below header

କରନ ଜୋହରଙ୍କ ଉପରେ ବର୍ଷିଲେ ମଧୁର ଭଣ୍ଡାରକର, ଫିଲ୍ମ ଟାଇଟଲ ଚୋରାଇଥିବା ଅଭିଯୋଗ

ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନେପୋଟିଜିମ ବିବାଦ ତାଙ୍କ ପିଛା ଛାଡ଼ିନଥିବା ବେଳେ ଏବେ ଟାଇଟଲ ଚୋରାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକର ସୋସିଆଲ ମିଡିଆରେ ଏକ ଟ୍ବିଟ ମାଧ୍ୟମରେ ଏହା ଜଣାଇଛନ୍ତି। ମଧୁରଙ୍କ ଆଗାମୀ ଫିଲ୍ମର ଟାଇଟଲ ଚୋରି ହୋଇଥିବା ଅଭିଯୋଗ ସେ କରନ ଜୋହରଙ୍କ ଉପରେ ଲଗାଇଛନ୍ତି।

ତେବେ କରନ ଜୋହରଙ୍କ ଓ୍ବେବ୍ ସିରିଜ Fabulous Lives of Bollywood Wives ରିଲିଜ ହେବାକୁ ଯାଉଛି । ସିରିଜ୍ ର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। କିନ୍ତୁ ମଧୁର କୁହନ୍ତି ଯେ, ବଲିଉଡ ଓ୍ବାଇଫ୍ସ ତାଙ୍କର ଆଗାମୀ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ନାମ। ଏହାକୁ ନେଇ ମଧୁର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଯଦି କରନଙ୍କ ଏହି ସିରିଜ୍ ରିଲିଜ୍ ହୁଏ, ତା’ହେଲେ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ତାଙ୍କୁ ବହୁ କ୍ଷତି ସହିବାକୁ ପଡ଼ିପାରେ। ଏହି କାରଣରୁ ସେମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଟୁଇଟରରେ ଲେଖିଛନ୍ତି ଯେ, କରନ ଜୋହର ଏବଂ ଅପୂର୍ବା ମେହେଟ୍ଟା ମୋତେ ପଚାରିଥିଲେ ଯେ ସେମାନେ ସେମାନଙ୍କର ସିରିଜ ବଲିଉଡ ଓ୍ବାଇଫ୍ସ ନାମ ରଖିପାରିବେ କି ? ମୁଁ ସେମାନଙ୍କୁ ମନା କରିଥିଲି, କାରଣ ମୋର ଗୋଟିଏ ପ୍ରୋଜେକ୍ଟ ସମାନ ନାମରେ ରିଲିଜ୍ ହେବାକୁ ଯାଉଥିଲା। ସେ ଆହୁରି ଲେଖିଛନ୍ତି କି, ତାଙ୍କ ସିରିଜ୍ ର ନାମ Fabulous Lives Bollywood Wives ରଖି ସେ ଭୁଲ କାମ କରିଛନ୍ତି । ତେଣୁ ତାଙ୍କ ପ୍ରୋଜେକ୍ଟକୁ କ୍ଷତି ନ ପହଞ୍ଚାଇ ତାଙ୍କର ସିରିଜ୍ ର ନାମକୁ ପରିବତ୍ତର୍ନ କରିଦେବା ପାଇଁ ଭଣ୍ଡାରକର୍‌ ଟ୍ଵିଟ୍‌ରେ ଅନୁରୋଧ କରିଛନ୍ତି । ମଧୁର ଭଣ୍ଡାରକରଙ୍କ ଏହି ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.