ଭାରତୀୟ ନୌସେନା କରୋନା ଯୋଦ୍ଧା ଓଡ଼ିଶା ପୋଲିସକୁ ଜଣାଇଲା କୃତଜ୍ଞତା

ଟାଙ୍ଗୀ(କେନ୍ୟୁଜ୍): ଭାରତୀୟ ନୌସେନା ଓଡିଶା ଶାଖା ଅଧିକାରୀ କମାଣ୍ଡର ଋତୁରାଜ ସାହୁଙ୍କ ତତ୍ତ୍ବବଧାନରେ ନୌସେନା ଚିଲିକାର ପ୍ରଶାସନିକ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଓ ନିୟମନ ଅଧିକାରୀ ଲେଫ୍ଟନାଣ୍ଟ ସନୋଜ ଠାକରାମ୍ ଖୋରଧା ଜିଲ୍ଲା ବାଲୁଗାଁ ସ୍ଥିତ ସବ ଡିଭିଜନାଲ ପୋଲିସ ଅଫିସର ସୁରେଶ କୁମାର ଦାଶଙ୍କୁ ଭେଟି ରାଜ୍ୟ ପୋଲିସ ବିଭାଗକୁ ଶୁଭେଚ୍ଛା ଜଣାଇବା ଜଣାଇବା ସହ ମାସ୍କ ଓ ସାନିଟାଇଜର ଚିଲିକା ନୌସେନା ତରଫରୁ ପ୍ରଦାନ କରାଯାଇଛି । ମହାମାରୀ କରୋନା ଏବେ ସାରା ବିଶ୍ୱକୁ କରିଛି କବଳିତ । ଏଭଳି ସ୍ଥିତିରେ ଭାରତ କରୋନା ଯୁଦ୍ଧର ସମସ୍ତ ଯୋଦ୍ଧାଙ୍କୁ ଭାରତୀୟ ନୌସେନା ସାଲୁଟ କରିବା ସହ ଓଡିଶାର ଅନ୍ୟତମ କରୋନା ଯୋଦ୍ଧା ଓଡ଼ିଶା ପୋଲିସକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛି ।

 

 

Leave A Reply

Your email address will not be published.