ଛତିଶଗଡ଼ରେ ଏଣିକି ଅନ୍‌ଲାଇନ୍‌ରେ ମଗାଇ ହେବ ମଦ, ସରକାର କଲେ ଏମିତି ନିୟମ

ରାୟପୁର : ଛତିଶଗଡ଼ରେ ଏଣିକି ଅନ୍‌ଲାଇନ୍‌ରେ ମଗାଇ ହେବ । ମଦ ଛତିଶଗଡ଼ ସରକାର ମଦ ଦୋକାନ ପାଖରେ ଭିଡ଼ କମାଇବା ପାଇଁ ଘରେ ମଦ ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି ।

ଏଥିପାଇଁ ସରକାର ଏକ ନୂଆ େଓ୍ଵବ୍‌ସାଇଟ୍‌ ଓ ମୋବାଇଲ୍‌ ଆପ୍‌ ସୃଷ୍ଟି କରିଛନ୍ତି । ଫଳରେ ଲୋକେ ଇଣ୍ଟରନେଟ୍‌ ମାଧ୍ୟମରେ ନାମ ପଞ୍ଜିକୃତ କରି ଘରେ ମଦ ପାଇ ପାରିବେ ।

ଏଥିପାଇଁ ବାସ୍‌ କେତୋଟି ଷ୍ଟେପ୍‌ ଫଲୋ କରିବାକୁ ପଡ଼ିବ । ମଦ ଗ୍ରାହକମାନଙ୍କୁ ସେମାନଙ୍କର ମୋବାଇଲ୍‌ ନମ୍ବର, ଆଧାରକାର୍ଡ ଓ ପୁରା ଠିକଣା ଆପ୍‌ରେ ଲୋଡ୍‌ କରିବାକୁ ପଡ଼ିବ । ନାମ ରେଜେଷ୍ଟ୍ରି କରିସାରିବା ପରେ ମୋବାଇଲ୍‌ରେ ଏକ ଓଟିପି ମିଳିବ ।

ଏହି ଓଟିପିକୁ ଦେବା ପରେ ନିକଟତମ ଦୋକାନର ନାମ ଆସିଯିବ । ଗୁଗୁଲ୍‌ ମ୍ୟାପ୍‌ରେ ମଧ୍ୟ ନିକଟତମ ଦୋକାନର ସର୍ଚ୍ଚ କରିପାରିବେ । ଏହା ପରେ ଗ୍ରାହକ ଚାହୁଁଥିବା ମଦର ବ୍ରାଣ୍ଡ୍‌ ଓ ଦାମ ଦେଖି ପାରିବେ । ଜଣେ ବ୍ୟକ୍ତି ଏକକାଳୀନ ୫ ଲିଟର ଯାଏ ମଦ ନେବାର ସୁବିଧା ଦିଆଯାଇଛି ।

ତେବେ ଏଥିପାଇଁ ଡେଲିଭରି ଲୋକକୁ ୧୨୦ ଟଙ୍କା ଦେବାକୁ ପଡ଼ିବ ବୋଲି ସରକାରଙ୍କ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ସୁବିଧା କେବଳ ଗ୍ରୀନ୍‌ ଜୋନ୍‌ରେ ଉପଲବ୍ଧ ହେବ ।

କେନ୍ଦ୍ର ସରକାରଙ୍କ ଗାଇଡ଼୍‍ ଲାଇନ୍‌ ଅନୁଯାୟୀ ରାୟପୁର ଓ କୋବ୍ର ଜିଲ୍ଲାକୁ ଛାଡ଼ି ଛତିଶଗଡ଼ର ୨୬ ଜିଲ୍ଳା ଗ୍ରୀନ୍‌ ଜୋନ୍‌ରେ ରହିଛି । ମଦ ଦୋକାନ ସକାଳ ୮ରୁ ସନ୍ଧ୍ୟା ୭ଟା ଯାଏ ଖୋଲାଯାଉଥିଲେ ମଧ୍ୟ ମାସାଧିକ କାଳ ଲକ୍‌ଡାଉନ୍‌ ପରେ ମଦ ଦୋକାନ ଖୋଲା ଯାଇଥିବାରୁ ମଦ ଦୋକାନ ପାଖରେ ମାତ୍ରାଧିକ ଭିଡ଼ ଦେଖିବାକୁ ମିଳିଛି ।

ଏହାକୁ ଦୃଷ୍ଟିରେ ରଖି ସରକାର ଅନ୍‌ ଲାଇନ୍‌ ବିକ୍ରି ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.