କଙ୍ଗାରୁକୋର୍ଟରେ ଅମାନବୀୟ ଦଣ୍ଡ: ପରକୀୟା ପ୍ରୀତି ସନ୍ଦେହ କରି ବିବାହିତ ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କ ମୁହଁରେ ବୋଳିଲେ କଳା

ନୂଆପଡ଼ା(କେନ୍ଯୁଜ୍): ଯୁବକଙ୍କୁ ଲଣ୍ଡା କରି ମୁହଁରେ କଳାରଙ୍ଗ ବୋଳିଲେ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ମହୁଲକୋଟ ଗାଁରେ ଜଣେ ବିବାହିତ ମହିଳା ଓ ଜଣେ ଯୁବକଙ୍କୁ ଗ୍ରାମବାସୀ କଙ୍ଗାରୁକୋର୍ଟ କରି ଅମାନବୀୟ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି ।

ପରକୀୟା ପ୍ରୀତି ସନ୍ଦେହ କରି ଜଣେ ବିବାହିତ ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଲଣ୍ଡା କରି ମୁହଁରେ କଳା ବୋଳିବା ସହ ଗୋବରପାଣି ଛିଞ୍ଚିବା ଅଭିଯୋଗ ହୋଇଛି। ଘଟଣାବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ଯୁବକଙ୍କ ପକ୍ଷରୁ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଆଜି ପୋଲିସ ପୀଡିତାଙ୍କ ଶ୍ୱଶୁର ଘରର ୫ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଖଡିଆଳ ଥାନା ଆଇଆଇସି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.