ନୂଆପଡ଼ା ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଟିଫିନ ବୋମା ସହ ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ବୋଡ଼େନ ଥାନାର ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍‌, ଏସଓଜି, ଡିଭିଏଫ ଯବାନଙ୍କ ମିଳିତ କମ୍ବିଂ ବେଳେ ଏହି ସମୟରେ ମାଓବାଦୀମାନେ ହଠାତ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ।

ଯବାନମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ସେଠାରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ଏଥିରେ ଟିଫିନ ବୋମା ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ସୂଚନା ଦେଇଛନ୍ତି।