ଧରାପୃଷ୍ଠକୁ ଅବତରଣ କଲେ ପ୍ରଭୁ ଯୀଶୁ, ସୀମିତ ଲୋକଙ୍କ ମଧ୍ୟରେ ପାଳନ ହେଉଛି ବଡ ଦିନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍): ଧରାପୃଷ୍ଠକୁ ଅବତରଣ କଲେ ପ୍ରଭୁ ଯୀଶୁ । ମଧ୍ୟରାତ୍ରୀରୁ ବିଶ୍ୱବ୍ୟାପୀ ପାଳନ ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ଯୀଶୁଙ୍କ ଜନ୍ମଦିବସକୁ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମୀ । ଏଥର କୋଭିଡ୍‌ କଟକଣା ଭିତରେ ନିରାଡମ୍ବରରେ ପାଳନ କରାଯାଉଛି ବଡ଼ଦିନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଜା ହୋଇଛି ବିଭିନ୍ନ ଚର୍ଚ୍ଚ । ଘରକୁ ଷ୍ଟାର, ବେଲ ଏବଂ ଲାଇଟରେ ସଜାଇବା ସହ ପରସ୍ପରକୁ କେକ୍‌ ଖୁଆଇ ବଡ଼ଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଏପଟେ ବଡଦିନ ପାଇଁ ଉତ୍ସବ ମୁଖର ବ୍ରହ୍ମପୁର ସହର। ସହରର ବିଭିନ୍ନ ଚର୍ଚ୍ଚ ଗୁଡିକୁ ରଙ୍ଗୀନ୍‌ ଆଲୋକମାଳାରେ ସୁନ୍ଦର ଭାବେ ସଜାଯାଇଛି। ସୀମିତ ଲୋକଙ୍କ ମଧ୍ୟରେ ପାଳନ ହେଉଛି ବଡ ଦିନ ଉତ୍ସବ।

ସେହିପରି ବଡ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା। ମଧ୍ୟ ରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଚଳିତ ବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ବଡଦିନକୁ ପାଳନ କରାଯାଉଛି। ସମସ୍ତ ଚର୍ଚ୍ଚକୁ ରଙ୍ଗୀନ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଏଥିସହ ଖ୍ରୀଷ୍ଟିୟ ଭାଇଭଉଣୀମାନେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜାଇଛନ୍ତି। ଜିଲ୍ଲା ପ୍ରଶାସନର ଗାଇଡଲାଇନ୍‌ ଅନୁସାରେ ବଡଦିନ ପାଳନ କରାଯାଉଛି। ସମଗ୍ର ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.