ଜିଲ୍ଲା-ଜିଲ୍ଲା ଭିତରେ ଶ୍ରମିକଙ୍କ ଗମନାଗମନ ପାଇଁ ମିଳିଲା ଅନୁମତି,ସାମାଜିକ ଦୂରତା ରଖି ଶ୍ରମିକଙ୍କୁ ନେବା ଆଣିବା କରିପାରିବେ ଶିଳ୍ପ ସଂସ୍ଥା

କେନ୍ୟୁଜ(ବ୍ୟୁରୋ):ଲକ୍‌ଡାଉନ୍ ପରେ ଓଡ଼ିଶାରେ ଫସିଥିବା ଶ୍ରମିକଙ୍କ ପାଇଁ ବଡ ଆଶ୍ୱସ୍ତି । ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ସେମାନେ କାମ କରୁଥିବା ସଂସ୍ଥା ବା ଠିକାଦାରଙ୍କ ଜରିଆରେ କାମ କରିପାରିବେ। ସଂସ୍ଥା ବା ଠିକାଦାରମାନେ ସେମାନଙ୍କ ଶ୍ରମିକଙ୍କୁ ନେବାଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଠିକାଦାରମାନଙ୍କୁ ଜିଲ୍ଲାପାଳମାନେ ଯାଆସ ପାସ୍ ଦେବେ ।ଆଜି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବେ । ଶ୍ରମିକଙ୍କୁ ବସରେ ନେବା ପାଇଁ ଅନୁମତି ଦେଇପାରିବେ ଜିଲ୍ଲାପାଳ । ୨୬୧୦ଟି କ୍ୟାମ୍ପରେ ଥିବା ଶ୍ରମିକ ମଧ୍ୟ କାମରେ ଯୋଗ ଦେଇପାରିବେ । ଏସବୁ କ୍ୟାମ୍ପରେ ଅଛନ୍ତି ୮୬ ହଜାର ଶ୍ରମିକ । ଏମାନଙ୍କ ମଧ୍ୟରୁ ୧୬ ହଜାର ଶ୍ରମିକ ଓଡିଶାର ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.