ଏବେ ଚୀନରୁ ନୁହେଁ ବରଂ ଏହି ଦେଶରୁ କରୋନା କିଟ୍ କିଣିବ ଭାରତ, ଦେଲା ଏତେ ଲକ୍ଷର ଅର୍ଡର

କରୋନା ସଙ୍କଟ ବେଳେ ଭାରତ ଚୀନଠାରୁ ସାହାଯ୍ୟ ଆଶା କରି କରୋନା ରାପିଡ଼ ଟେଷ୍ଟ କିଟ ଅର୍ଡର କରିଥିଲା। କିନ୍ତୁ ଏହି କିଟ ସଠିକ ତଥା ନିର୍ଭୁଲ ତଥ୍ୟ ଦେବାରେ ଅସମର୍ଥ ହୋଇଥିଲା। ଏଣୁ ଭାରତ ଏବେ ଚୀନଠାରୁ ନୁହେଁ ବରଂ ଦକ୍ଷିଣ କୋରିଆଠାରୁ କରୋନା କିଟ୍ କିଣିବାକୁ ନିଷ୍ପତ୍ତି ନେଇଛି। ଭାରତ ତରଫରୁ ଦକ୍ଷିଣ କୋରିଆକୁ ୯.୫ ଲକ୍ଷ କୋଭିଡ କିଟ୍ ପାଇଁ ଅର୍ଡର ଦିଆଯାଇଛି। ଏହି କମ୍ପାନୀର ଏକ ସହାୟକ କମ୍ପାନୀ ଖୁବଶୀଘ୍ର ମାନେସରରେ କରୋନା କିଟ ତିଆରି ଆରମ୍ଭ କରିବ ବୋଲି ଜଣାପଡ଼ିଛି।

 

How coronavirus survivors' symptoms presented and the road to ...

ସୂଚନାଯୋଗ୍ୟ ଯେ ଭାରତ ଚୀନରୁ ୭ ଲକ୍ଷ କୋଭିଡ ରାପିଡ଼ ଟେଷ୍ଟ କିଟ ଆମଦାନୀ କରିଥିଲା। କିନ୍ତୁ ସେଗୁଡିକର ଗୁଣବତ୍ତା ଖରାପ ଥିବାରୁ ଠିକ ରେଜଲ୍ଟ ଦେଖାଇନଥିଲା। କିଛି କିଟ କରୋନା ପଜିଟିଭ ରୋଗୀଙ୍କୁ ନେଗେଟିଭ ଦେଖେଇଥିଲା। ଫଳରେ ସମସ୍ୟା ଉପୁଜିଥିଲା। ଏଣୁ ଭାରତ ଚୀନଠାରୁ କରୋନା ରାପିଡ଼ କିଟ ଆଣିବା ବନ୍ଦ କରିଦେଇଛି।

Here's what you need to know about coronavirus right now | The ...

ଦକ୍ଷିଣ କୋରିଆରୁ କରୋନା କିଟ କିଣାଯିବା ସମ୍ପର୍କରେ ଦକ୍ଷିଣ କୋରିଆର ଭାରତୀୟ ଦୂତ ଶ୍ରୀପ୍ରିୟା ରଙ୍ଗନାଥନ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ସବୁଠୁ କମ ଦାମରେ ସବୁଠୁ ଭଲ ଗୁଣବତ୍ତା ଓ ସବୁଠୁ କମ ସମୟରେ ଡେଲିଭରି ପାଇବା। ସେ କହିଛନ୍ତି ଯେ ଭାରତ ସହ ସବୁ ପରିସ୍ଥିତିରେ ଦକ୍ଷିଣ କୋରିଆ ରହିଛି ବୋଲି ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.