Below header

ରାଜ୍ୟରେ ଶ୍ରମିକଙ୍କ ଯିବା ଆସିବା ଉପରୁ ହଟିଲା କଟକଣା

ଓଡ଼ିଶା ଭିତରେ ଫସିଥିବା ଶ୍ରମିକଙ୍କ ଯିବା ଆସିବା ଉପରୁ ହଟିଲା କଟକଣା । ରାଜ୍ୟ ଭିତରେ ଏଣିକି ସେମାନେ ନିଜ କାର୍ଯ୍ୟସ୍ଥଳୀକୁ ଯାଇ ପାରିବେ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ସେମାନେ କାମ କରୁଥିବା ସଂପୃକ୍ତ ଶିଳ୍ପ ସଂସ୍ଥା କିମ୍ବା ଠିକାଦାର ଶ୍ରମିକମାନଙ୍କୁ କ୍ୟାମ୍ପରୁ ବସ୍‌ ଯୋଗେ କାର୍ଯ୍ୟସ୍ଥଳୀକୁ ନେବା ବ୍ୟବସ୍ଥା କରିବେ । କିନ୍ତୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଶିଳ୍ପ ସଂସ୍ଥା କିମ୍ବା ଠିକାଦାର ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ସେମାନଙ୍କୁ ଆନ୍ତଃ ଜିଲ୍ଲା ପାସ ଯୋଗାଇ ଦେବେ ଜିଲ୍ଲାପାଳ । ଏହା ସହ ସେମାନେ ବସ ବ୍ୟବସ୍ଥା ବି କରିବେ ।

daily wagers

ଯଦି ଶ୍ରମିକମାନେ କୌଣସି ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥା କିମ୍ବା କଣ୍ଟ୍ରାକ୍ଟରଙ୍କ ସହ ଜଡ଼ିତ ନଥିବେ ଏବେ ସାମୂହିକ ଭାବରେ ଅନ୍ୟ ସ୍ଥାନକୁ ଯିବାକୁ ଚାହିଁଲେ ବ୍ୟକ୍ତିଗତ ଭାବରେ ସେମାନେ ବିଡିଓ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଇବେ । ଏ ବାବଦରେ ବିଡିଓ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଜିଲ୍ଲାପାଳ କିମ୍ବା ପିଡି ଡିଆରଡିଏଙ୍କୁ ଜଣାଇବେ । ଏହାପରେ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ବ୍ୟବସ୍ଥା କରାଇବେ ଜିଲ୍ଲାପାଳ । ଆରଟିଓଙ୍କୁ କହି ଜିଲ୍ଲାପାଳ ସେମାନଙ୍କ ପାଇଁ ପାସ୍‌ ଓ ବସ୍‌ ବ୍ୟବସ୍ଥା କରାଇବେ ।

ଏଥିପାଇଁ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ । ଟଙ୍କା ଖର୍ଚ୍ଚ କରିବା ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । ଲକ୍‌ଡାଉନ୍‌ ଯୋଗୁ ରୋଜଗାର ହରାଇଛନ୍ତି ଶ୍ରମିକ । ସେମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ରାଜ୍ୟର ଭିତରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୬ ହଜାର ଶ୍ରମିକ ଅଟକ ଅଛନ୍ତି । ୨ ହଜାର ୬୧୦ଟି କ୍ୟାମ୍ପ କରି ସେମାନଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.