ଯୋଗ ସହ ନିଜକୁ ଯେଉଁମାନେ ଯୋଡି ନାହାନ୍ତି ସେମାନେ ଆଜିଠାରୁ ଯୋଡିବାର ସଂକଳ୍ପ ନିଅନ୍ତୁ: ଡ. ଅତ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ): ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ମନ ଏବଂ ଶରୀରକୁ ପ୍ରଫୁଲ୍ଲିତ ରଖେ ଯୋଗ । ଭାରତରେ ଆରମ୍ଭ ହୋଇଥିବା ଏହି ଯୋଗ ଆଜି ସାରା ବିଶ୍ୱରେ ଲୋକ ଶିଖିଛନ୍ତି । ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ । ଏଭଳି ବାର୍ତ୍ତା ପ୍ରଚାର ପାଇଁ ଆରମ୍ଭ ହୋଇଛି ଆର୍ନ୍ତଜାତୀୟ ଯୋଗ ଦିବସ । ସାରା ବିଶ୍ୱକୁ ସୁସ୍ଥତା ଓ ଶୁଦ୍ଧତାର ମାର୍ଗ ଦର୍ଶନ କରାଉଥିବା ଏହି ଯୋଗ ମଣିଷକୁ ମଣିଷ ସହ ଯୋଡିଛି ।

ଚଳିତବର୍ଷ ପାଳିତ ହୋଇଛି ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ । କିଟ୍‌ର ଇଣ୍ଡୋର ଷ୍ଟାଡିୟମ୍‌ରେ ପାଳିତ ହୋଇଯାଇଛି ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି, କିଟ୍‌ ଓ କିସ୍‌ ର ଛାତ୍ରଛାତ୍ରୀ, କିଟ୍‌ ଓ କିସ୍‌ର ବରିଷ୍ଠ ଅଧିକାରୀ ତଥା କିଟ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନେ ଆଜି ଏକାଠି ହୋଇ ପାଳିଥିଲେ ଅର୍ନ୍ତଜାତୀୟ ଯୋଗ ଦିବସ ।

କିଟ୍‌ର ଯୋଗ ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀ ସମସ୍ତଙ୍କୁ ଯୋଗ କରେଇଥିଲେ । ଏହାସହ ଶରୀର ପାଇଁ ଯୋଗର ଆବଶ୍ୟକତା ଉପରେ କହିଥିଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅତ୍ୟୁତ ସାମନ୍ତ । ଏହାସହ କହିଥିଲେ ଯୋଗ ସହ ନିଜକୁ ଯେଉଁମାନେ ଯୋଡି ନାହାନ୍ତି ସେମାନେ ଆଜିଠାରୁ ଯୋଡିବାର ସଂକଳ୍ପ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.