୧୭ ହଜାର ଫୁଟ ବରଫାବୃତ୍ତ ପାହାଡରେ ଯୋଗାଭ୍ୟାସ କଲେ ଆଇଟିବିପି ଯବାନ, ସେୟାର କଲେ ଫଟୋ

ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଇଟିବିପିର ଯବାନମାନେ ଉତ୍ତରାଖଣ୍ଡରୁ ନେଇ ଅରୁଣାଚଳ ଯାଏଁ ହିମାଳୟର ବରଫାବୃତ୍ତ ପାହାଡ଼ ଉପରେ ଯୋଗାସନ କରି ସାରା ବିଶ୍ଵକୁ ବାର୍ତ୍ତା ଦେଇଛନ୍ତି। ଲଦ୍ଦାଖ ଏବଂ ସିକିମରେ ୧୭ ହଜାର ଫୁଟ ଉଚ୍ଚରେ ହୀମବୀରମାନେ ସୂର୍ଯ୍ୟ ନମସ୍କାର କରିଛନ୍ତି।
ମହାମାରୀ କରୋନା କଟକଣା କାରଣରୁ ଗତ ୨ ବର୍ଷ ହେଲା ଭର୍ଚୁଆଲରେ ଯୋଗ ଦିବସ ପାଳନ କରାଯାଉଥିଲା। ହେଲେ ଚଳିତ ବର୍ଷ ମହାମାରୀର ପ୍ରକୋପ କମିବାରୁ ସାରା ଦେଶରେ ଖୁବ୍ ଜୋରସୋରରେ ଯୋଗ ଦିବସ ପାଳନ କରାଯାଇଛି। ୮ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆଇଟିବିପିର ଯବାନମାନେ ସିକିମରେ ୧୭ ହଜାର ଫୁଟ ଉପରେ ଯୋଗାଭ୍ୟାସ କରିବା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Himveers of Indo-Tibetan Border Police (ITBP) perform Yoga in Ladakh at 17,000 feet, on the 8th #InternationalDayOfYoga pic.twitter.com/SpmFre6w1J
— ANI (@ANI) June 21, 2022
ସେହିପରି ଆଇଟିବିପିର ୩୩ ବାଟାଲିୟନ ଯବାନମାନେ ଗୌହାଟୀ ବ୍ରହ୍ମପୁତ୍ର ନଦୀ କୂଳରେ ଯୋଗାଭ୍ୟାସ କରିଛନ୍ତି।
#WATCH | Himveers of Indo-Tibetan Border Police (ITBP) practice yoga at 16,000 feet in Uttarakhand on the 8th #InternationalYogaDay pic.twitter.com/GODQtxJlxb
— ANI UP/Uttarakhand (@ANINewsUP) June 21, 2022
ଏତଦ୍ ବ୍ୟତୀତ ଅରୁଣାଚଳ ପ୍ରଦେଶର ଲୋହିତପୁରରେ ହୀମବୀରମାନେ ଯୋଗାଭ୍ୟାସ କରିଛନ୍ତି।
Himveers of Indo-Tibetan Border Police (ITBP) practice yoga at 17,000 feet in snow conditions in Sikkim on the 8th #InternationalYogaDay pic.twitter.com/SSgYg9S2n5
— ANI (@ANI) June 21, 2022
ଆଇଟିବିପି ଯବାନ ହିମାଚଳ ପ୍ରଦେଶରେ ୧୬ ହଜାର ୫୦୦ ଫୁଟ ଉଚ୍ଚରେ ମଧ୍ୟ ଯୋଗ କରିଛନ୍ତି। ସକାଳୁ ସକାଳୁ ବରଫରେ ଯବାନ ଯୋଗ କରି ଦିନ ଆରମ୍ଭ କରିଛନ୍ତି।
ଉତ୍ତରାଖଣ୍ଡରେ ଭାରତ-ଚୀନ ସୀମାରେ ଆଇଟିବିପି ଯବାନ ୧୪,୫୦୦ ଉଚ୍ଚରେ ଯୋଗାଭ୍ୟାସ କରିଛନ୍ତି।
#WATCH | Indo-Tibetan Border Police dedicate a song on #InternationalYogaDay; ITBP have been promoting yoga at different high-altitude Himalayan ranges on India-China borders including Ladakh, Himachal Pradesh, Uttarakhand, Sikkim & Arunachal Pradesh over the yrs.
(Source: ITBP) pic.twitter.com/cbN1CjK0El
— ANI (@ANI) June 21, 2022
ଆଇଟିବିପି ଯବାନ ମଧ୍ୟ ନକ୍ସଲ ପ୍ରଭାବିତ ଛତିଶଗଡରେ ଯୋଗ କରିଛନ୍ତି। ନାରାୟଣପୁରରେ ଯବାନମାନେ ଯୋଗ କରି ବିଭିନ୍ନ ଆସନ କରିଛନ୍ତି।
#WATCH | ITBP (Indo-Tibetan Border Police) personnel perform Yoga in Narayanpur, Chhattisgarh on the 8th #InternationalDayOfYoga2022
(Source: ITBP) pic.twitter.com/l6Wb8nFzvg
— ANI MP/CG/Rajasthan (@ANI_MP_CG_RJ) June 21, 2022