ଗଭିର ଜଳରାଶିରୁ ବଞ୍ଚାଇବ ଯୋଗ, ଜଳଯୋଗ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଏହି ଯୁବ ସାମ୍ବାଦିକ

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ସ୍ଥିତ ଚିଲିକା ହ୍ରଦ। ହ୍ରଦର ନୀଳ ଜଳରାଶିରେ ଆଜି ସକାଳୁ ଜଣେ ଭାସୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ପର୍ଯ୍ଯଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଯାଇଥିଲା । ବହୁ ସମୟ ପରେ ଭାସମାନ ବ୍ଯକ୍ତି ଜଣଙ୍କ ହଠାତ୍ ଚିଲିକାରେ ପହଁରିବାକୁ ଲାଗିଥିଲେ । ଯାହାପରେ ସମସ୍ତଙ୍କ ମନରେ କୌତୁହଳ ଜାଗ୍ରତ ହୋଇଥିଲା ।

ଆପଣ ତ ଜାଣିଛନ୍ତି ଆଜି ବିଶ୍ବ ଯୋଗ ଦିବସ । ତେବେ ଏହି ଅବସରରେ ନିଆରା ଢଙ୍ଗରେ ଚିଲିକାର ନୀଳ ଜଳ ରାଶିରେ ଏହି ଯୁବ ସାମ୍ବାଦିକ ଜଣଙ୍କ ଜଳଯୋଗ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଚିଲିକାରେ ସଦାବେଳେ ପାଣିପାଗ ପରିବର୍ତ୍ତନରେ କିଛି ନା କିଛି ଅଘଟଣ ଘଟିଥାଏ । ଯେଉଁଥି ପାଇଁ ସେ ଜଳ ଯୋଗ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଲେ । ତେବେ ଜଳ ମଧ୍ୟରେ କିଛି ଅଘଟଣ ଘଟିଲେ କିପରି ଯୋଗ ମାଧ୍ଯମରେ ନିଜକୁ ସୁରକ୍ଷା ଦେଇହେବ ସେନେଇ ସୁଧୀର ପଣ୍ଡାଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ଯଟକ ଭୁୟସୀ ପ୍ରଶଂସା କରିଛନ୍ତି ।

ପେସାରେ ସୁଧୀର ଜଣେ ସାମ୍ବାଦିକ କିନ୍ତୁ ନିଶା ତାଙ୍କର ଯୋଗ ସାଧନ । ଜଳ ଯୋଗ ମାଧ୍ୟମରେ ସର୍ବଦା କିଛିନା କିଛି ସମାଜକୁ ବାର୍ତ୍ତା ଦେଇ ଆସୁଛନ୍ତି ସୁଧୀର । ଏଥର ଯୋଗ ଦିବସରେ ସୁଦୂର ଭୁବନେଶ୍ୱର ରୁ ଚିଲିକାକୁ ଆସିଛନ୍ତି ଜଳ ଯୋଗ ମାଧ୍ୟମରେ । ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ତାଙ୍କ ଉଦ୍ଦେଶ୍ୟ। ବିଶ୍ବରେ ଦୈନିକ ପାଞ୍ଚ ଶହ ଲୋକ ଜଳରେ ବୁଡି ମୃତ୍ୟୁ ବରଣ କରୁଛନ୍ତି । ଯଦି ଆମେ ସମସ୍ତେ ଏହି ଜଳଯୋଗ କୁ ଅଭ୍ଯାସ କରିବା ତେବେ ନିଶ୍ଚିତ ଭାବରେ କେବେନା କେବେ ଆମକୁ ଏହା ସହାୟକ ହେବ । ଏହା ସହ ସମସ୍ତ ବିଦ୍ୟାଳୟ ମାନଙ୍କରେ ପାଠ୍ଯ କ୍ରମରେ ଏହି ଜଳଯୋଗକୁ ସ୍ଥାନୀତ କରାଗଲେ, ନିଶ୍ଚିତ ଆଗାମୀ ଦିନରେ ଜଳ ଭିତରେ କୋଣସି ଅସୁବିଧା ହେଲେ ଏହି ଯୋଗ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି ।

ଯୋଗ ଦିବସରେ ସଭିଏଁ ସକାଳୁ ସକାଳୁ ଯୋଗ କରିବାରେ ଲାଗିପଡିଥିବାବେଳେ, ଏପଟେ ଜଳ ଯୋଗ ମାଧ୍ୟମରେ ସମାଜକୁ ସୁଧୀରଙ୍କ ଏହି ବାର୍ତ୍ତା ନିହାତୀ ଉଚ୍ଚକୋଟୀର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.