ବିଷାକ୍ତ ଖାଦ୍ୟ ଖାଇ ମାଆ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ: କଟକରୁ ଏକ ୪ ଜଣିଆ ଟିମ୍‌ ପହଞ୍ଚି କରୁଛନ୍ତି ଯାଞ୍ଚ

କଟକ(କେନ୍ୟୁଜ୍): କଟକ ଜିଲ୍ଲା ବୀରବରପୁର ଗାଁରେ ବିଷାକ୍ତ ଖାଦ୍ୟ ଖାଇ ମାଆ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ ହୋଇଛି । କଟକରୁ ଏକ ୪ ଜଣିଆ ଟିମ୍‌ ଗାଁରେ ପହଞ୍ଚି ଯାଞ୍ଚ କରିଛନ୍ତି । ସେମାନଙ୍କ ଭିତରେ ଥିଲେ ଏପିଡେମୋଲୋଜିଷ୍ଟ ଓ ଫୁଡ୍‌ ସେଫଟି ଅଧିକାରୀ । ସେମାନେ ମୃତକଙ୍କ ଘରେ ପହଞ୍ଚି ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ମାଣିଆବନ୍ଧ ଥାନା ବୀରବରପୁର ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ମାଆଙ୍କ ସମେତ ଦୁଇ ପିଲା ଆଖି ବୁଜିଛନ୍ତି ।

ଗତକାଲି ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା । ଆଜି ମାଆ ରୁନୁ ପାତ୍ର ଆଖି ବୁଜିଛନ୍ତି । ରୁନୁଙ୍କ ସ୍ୱାମୀ ଗୋବିନ୍ଦ ପାତ୍ରଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ଗତକାଲି ଗୋବିନ୍ଦ ପାତ୍ରଙ୍କ ପରିବାର ଚାଟ୍‌ ଖାଇବାର କିଛି ସମୟ ପରେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କୁ ପ୍ରଥମେ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.