Below header

ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’, ସମ୍ମାନିତ କଲେ ପୂର୍ବତନ ପ୍ରଧାନ ବିଚାରପତି ଏନ୍‌. ଭି. ରମଣା

ଭୁବନେଶ୍ୱର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଜାତୀୟ ସମ୍ମାନ । ନୂଆଦିଲ୍ଲୀରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ତାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଆୟୋଜିତ ଭବ୍ୟ ଉତ୍ସବରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ତାଙ୍କୁ ସମ୍ମାନିତ କରିଛନ୍ତି । ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ଏହି ସମ୍ମାନକୁ ସାଢ଼େ ୪ କୋଟି ଓଡ଼ିଶା ବାସୀଙ୍କୁ ଉତ୍ସର୍ଗ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ । ନବୀନଙ୍କ ଶାସନ କାଳରେ ଗତ ୨୦ ବର୍ଷରେ ଓଡ଼ିଶାରେ ଆସିଛି ବିରାଟ ପରିବର୍ତ୍ତନ । ସବୁ କ୍ଷେତ୍ରରେ ରାଜ୍ୟ ଆଗକୁ ବଢିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ଭିତ୍ତିଭୂମି କ୍ଷେତ୍ରରେ ଅନେକ ବିକାଶ ହୋଇଛି । ବଢ଼ିଛି ରାଜ୍ୟରେ ରାଜସ୍ୱ । ପୂର୍ବରୁ ୨୦୧୭ରେ ଆଉଟଲୁକ୍‌ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା । ନିକଟରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ ନେସନ ପୋଲ୍‌ ସର୍ଭରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ ।

ନବୀନ ପଟ୍ଟନାୟକଙ୍କୁ ରାଜନୀତିରୁ ଦୂରେଇ ରଖିଥିଲେ ବିଜୁ ପଟ୍ଟନାୟକ। କିନ୍ତୁ ଓଡ଼ିଶା ରାଜନୀତିରେ ନବୀନଙ୍କ ପ୍ରବେଶ ପରେ ରାଜ୍ୟର ବିକାଶ ପଥରେ ଆଗେଇଛି ବୋଲି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟିର ଅଧ୍ୟକ୍ଷ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ କାଳରେ ପ୍ରଥମ ଚ୍ୟାଲେଞ୍ଚ ଥିଲା ବିପର୍ଯ୍ୟୟ ମୁକାବିଲା। ବାତ୍ୟା, ବନ୍ୟା ସହଚର ଓଡ଼ିଶା ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ନବୀନଙ୍କ ଜିରୋ କାଜୁଆଲିଟି ମିସନ ବିଭିନ୍ନ ବିପର୍ଯ୍ୟୟ ସମୟରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇ ପାରୁଛି । ରାଜନୀତିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ ସଶକ୍ତ ଓ ସ୍ୱାବଲମ୍ବୀ କରାଇବାକୁ ସ୍ୱୟଂ ସହୟକ ଗୋଷ୍ଠୀ ମାଧ୍ୟମରେ ପ୍ରୋତ୍ସାହନ ଦେଇ ଆସିଛନ୍ତି। ନବୀନଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡ଼ିଶା ବଳକା ଖାଦ୍ୟ ରାଜ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.