ବ୍ରିଜ ତଳୁ ମୃତଦେହ ଉଦ୍ଧାର ଘଟଣା: ପୂର୍ବ ଶତ୍ରୁତା ନା ଆଉ କିଛି ? କାରଣ ଖୋଜୁଛି ପୋଲିସ

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବାରସିଙ୍ଗି ଗାଁ ନିକଟ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ ଚାଲିଛି । ମୃତକ ହେଲେ କୁମାରପାଣି ଗାଁର ମଧୁସୂଦନ ବିଶୋୟୀ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରାଯାଇଛି ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବାରସିଙ୍ଗି ଗାଁ ନିକଟ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ ଚାଲିଛି । ଘଟଣାରେ ଦୁଇ ଅଟକ,ଦୁଇ ଫେରାର ହୋଇଛନ୍ତି । ମୃତକ ହେଲେ କୁମାରପାଣି ଗାଁର ମଧୁସୂଦନ ବିଶୋୟୀ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରାଯାଇଛି ।

ତେବେ କିଏ ଏଭଳି ନୃଂଶସ ହତ୍ୟା କଲା ? ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ? ହତ୍ୟା ପରେ ଦୁର୍ବୃତ୍ତ ମୃତଦେହକୁ ନନ୍ଦିନୀ ବ୍ରିଜ ତଳେ ଫିଙ୍ଗି ଦେଇଥିଲେ । ବ୍ରିଜ୍ ତଳେ ହତ୍ୟା କରିଥିଲେ ନା ଆଉ କେଉଁଠି ମାରିବା ପରେ ସେଠାରେ ଫିଙ୍ଗି ଦେଇଥିଲେ ? ଶେରଗଡ଼ ଥାନା ପୋଲିସ ତନାଘନା ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଥି ଖୋଳତାଡ କରୁଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.