ହାଇକୋର୍ଟରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀ ଖାଲି, ଦରମା ମାସକୁ ୧ ଲକ୍ଷରୁ ଅଧିକ
ପାଟନା ହାଇକୋର୍ଟରେ ଚାକିରି ପାଇଁ ନୋଟିଫିକେସନ ଜାରି । କମ୍ପ୍ୟୁଟର ସହିତ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ରହିଛି ।
ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ପାଟନା ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ସାଇଟ୍ patnahighcourt.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୩ ରହିଛି ।
ପଦବୀ ବିବରଣୀ : ୩୬
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା :ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ । ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ କମ୍ପ୍ୟୁଟର ଆପ୍ଲିକେସନରେ ଅତିମରେ ୬ମାସର ଡିପ୍ଲୋମା କୋର୍ସ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୩୭ ବର୍ଷ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ସାମାନ୍ୟ/ଓବିସି/EWS ପ୍ରାର୍ଥୀ ୧୧୦୦ ଟଙ୍କା ଦେବାକୁ ହେବ । ସେହିପରି ଏସଟି/ଏସସି ପ୍ରାର୍ଥୀ ୫୫୦ ଟଙ୍କା ଦେବାକୁ ହେବ । ପ୍ରାର୍ଥୀ ଆବେଦନ ଶୁଳ୍କ ଅନଲାଇନ ଦେଇପାରିବେ ।
ଦରମା : ପ୍ରାର୍ଥୀଙ୍କ ଦରମା ୪୪,୯୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୪୨ ହଜାର ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରନ୍ତୁ :