ଆଇଆରବି ଯବାନଙ୍କ କଳା କାରନାମା: ମୁଖା ପିନ୍ଧି ଡକାୟତି ଉଦ୍ଯମ, ଛୁରା ମାଡରେ ୩ ଆହତ

ବାଲିଗୁଡ଼ା : ରକ୍ଷକ ସାଜିଲା ଭକ୍ଷକ। ଆଇଆରବି ଯବାନଙ୍କ କଳା କାରନାମା। ମୁଖା ପିନ୍ଧି ଡକାୟତି। ଯବାନଙ୍କ ଛୁରା ମାଡରେ ୩ ଆହତ। ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ବ୍ଲକ କର୍ମଚାରୀ ହୋଇଥିବାବେଳେ ଅନ୍ୟ ଜଣେ ସମ୍ପର୍କୀୟ ଅଟନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ ବାଲିଗୁଡ଼ା ବ୍ଲକ ଅଫିସର କର୍ମଚାରୀ ଅଭିଜିତ ପ୍ରଧାନ ନିଜ କ୍ୱାର୍ଟରରେ ଥିବାବେଳେ ହତାଠ୍‌ ଜଣେ ମୁଖା ପିନ୍ଧା ବ୍ୟକ୍ତି ଘର ଭିତରକୁ ପଶିଆସିଥିଲେ। ଅଭିଜିତଙ୍କ ଛୋଟ ଝିଅକୁ ଉଠାଇ ନେଇ ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ଦାବି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଯବାନ ଜଣଙ୍କୁ କାବୁ କରିଥିଲେ। ଆହତ ମାନଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ କରିବା ସହ ଯବାନକୁ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.