୫ ମାସ ପରେ ପୁଣି ଇସ୍ରୋର ଆଉ ଏକ ଅଭିଯାନ

ଭୁବନେଶ୍ବର (କେନ୍ଯୁଜ୍) : ଆଜି ରାତି ୧୦ ଟା ୮ ମିନିଟରେ ଶ୍ରୀହରିକୋଟାରୁ ଇସ୍ରୋ ଉତ୍‌କ୍ଷେପଣ କରିବ PSLV-C42। ସାଥିରେ ଯିବ ୟୁନାଇଟେଡ୍‌ କିଙ୍ଗଡମ୍‌ର ଦୁଇଟି ସାଟେଲାଇଟ୍‌ NovaSAR ଏବଂ S1-4 । ଏ  ଦୁଇଟି ସାଟେଲାଇଟ୍‌ର ଓଜନ ୮୮୯ କିଲୋଗ୍ରାମ । ଉତ୍‌କ୍ଷେପଣ ଲାଗି ଗତକାଲିଠାରୁ ଅବଗଣନା ଆରମ୍ଭ ହୋଇଯାଇଛି । ଏଥର ଇସ୍ରୋ କୌଣସି ଭାରତୀୟ ସ୍ୟାଟ୍‌ ଲାଟେଲାଇଟ୍‌ ପଠାଉ ନାହିଁ । ଆଜିର ଉତ୍‌କ୍ଷେପଣ ସଂପୂର୍ଣ୍ଣ ବ୍ୟାବସାୟିକ ।

ସୁରେ ସାଟେଲାଇଟ ଟେକ୍ନୋଲୋଜି ଲିମିଟେଡ୍‌ ସଂସ୍ଥା ତାର ଦୁଇଟି ସାଟେଲାଇଟ୍‌ ପଠାଇବାକୁ ଆଣ୍ଟ୍ରିକ୍ସ କର୍ପୋରେସନ ସହ ଚୁକ୍ତି କରିଥିଲା । ଇସ୍ରୋ ରକେଟରେ ସାଟେଲାଇଟ ପଠାଇବାକୁ ଆଣ୍ଟ୍ରିକ୍ସ ବର୍ତ୍ତମାନ ସୁଦ୍ଧା ୨୮୦ ବିଦେଶୀ ସଂସ୍ଥା ସହ ଚୁକ୍ତି କରି ସାରିଲାଣି । ୫ମାସ ପରେ ଇସ୍ରୋ କୌଣସି ସାଟେଲାଇଟ ମହାକାଶକୁ ପଠାଉଛି । ଏପ୍ରିଲ ୧୨ ତାରିଖରେ PSLV-C41 ଜରିଆରେ IRNSS ସାଟେଲାଇଟ ମହାକାଶକୁ ପଠାଇଥିଲା ଇସ୍ରୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.