Below header

ଏଣିକି ଅନଲାଇନ ଜରିଆରେ ମିଳିବ ପ୍ରମାଣ ପତ୍ର

ଭୁବନେଶ୍ବର (କେନ୍ଯୁଜ୍) :ଏଣିକି ଅନ ଲାଇନ ଜରିଆରେ ମିଳିବ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ଓ ବିଶ୍ୱ ବିଦ୍ୟାଳୟର ପ୍ରମାଣ ପତ୍ର । ଛାତ୍ରଛାତ୍ରୀ  ୮ଟି ସେବା ଅନଲାଇନରେ ଜରିଆରେ ପାଇ ପାରିବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ମାଟ୍ରିକ ବୋର୍ଡକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି । ହାଇସ୍କୁଲର ମାର୍କସିଟ, ସାର୍ଟିଫିକେଟର ନକଲ ମିଳିବ ।

identy

 

ସେହିପରି ବିଶ୍ୱବିଦ୍ୟାଳୟର ପ୍ରୋଭିଜନାଲ ସାର୍ଟିଫିକେର୍ଟ, ମାର୍କସିଟର ନକଲ ଏବଂ ମାଇଗ୍ରେସନ ସାର୍ଟିଫିକେଟ, ଭେରିଫିକେସନ ପ୍ରମାଣ ଅନ୍ତର୍ଭୁକ୍ତ ରହିଛି । ସ୍କୁଲ ଓ ଗଣ ଶିକ୍ଷା ବିଭାଗର ୬ଟି ସେବା ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ୨ଟି ସେବା ରହିଛି । ରାଜ୍ୟରେ ଏହି ଆଠଟି ସେବାକୁ ମିଶାଇଲେ ଏବେ ଅନ ଲାଇନରେ ୮୮ଟି ସେବା ଉପଲବ୍ଧ ହେବ । ସଚିବାଳୟରେ ମୁଖ୍ୟଶାସନ ସଚିବ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.