ହରିଆଣା ରେଓ୍ଵାଡି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଆର୍ମୀ ଯବାନଙ୍କ ସଂପୃକ୍ତି ନେଇ ମିଳିଛି ପ୍ରମାଣ

ହରିୟାନା(କେନ୍ଯୁଜ୍) : ହରିଆଣା ରେଓ୍ଵାଡି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆର୍ମୀ ଯବାନଙ୍କ ସଂପୃକ୍ତି । ଜଣେ ଯବାନ ଏବଂ ଅନ୍ୟ ଦୁଇ ଜଣଙ୍କ ସଂପୃକ୍ତି ନେଇ ପୋଲିସକୁ ପ୍ରମାଣ ମିଳିଛି । ସଂପୃକ୍ତ ଯବାନ ରାଜସ୍ଥାନରେ କାର୍ଯ୍ୟରତ ଅଛନ୍ତି । ସେଠାକୁ ଏକ ପୋଲିସ ଟିମ୍‌ ପଠାଯାଇଛି ଏବଂ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ହରିଆଣା ପୋଲିସ ଡିଜି କହିଛନ୍ତି । ଅଭିଯୁକ୍ତ ଯବାନଙ୍କ ନାଁ ପଙ୍କଜ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୋଲିସକୁ ତଦନ୍ତରେ ସହଯୋଗ କରାଯିବ ବୋଲି ଆର୍ମୀର ଜଣେ ଟପ୍‌ କମାଣ୍ଡର କହିଛନ୍ତି ।

murder 2

ଘଟଣାର ତଦନ୍ତ ପାଇଁ ହରିଆଣା ପୋଲିସ ଏସଆଇଟି ଗଠନ କରିଛି । ଏହି ଟିମ୍‌ ଶନିବାର ସରଜମିନ ତଦନ୍ତ କରିଛି । ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ହରିଆଣା ପୋଲିସ । ଖୁବ ଶୀଘ୍ର ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିବ ହରିଆଣା ପୋଲିସ । ଅନ୍ୟପଟେ ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଅଗ୍ରଗତି ନେଇ ହରିଆଣା ପୋଲିସ ମୁଖ୍ୟଙ୍କୁ ରିପୋର୍ଟ ତଲବ କରିଛନ୍ତି । ପୀଡିତା ଛାତ୍ରୀ ଏକ କୋଚିଂ ସେଣ୍ଟରକୁ ଯାଉଥିବାବେଳେ ତାଙ୍କୁ ଉଠାଇ ନେଇ ଗାଁ ନିକଟ ଏକ ପଡିଆରେ ଗଣଦୁଷ୍କର୍ମ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.