କେଉଁଠି ରହିବ ବାଘୁଣୀ ସୁନ୍ଦରୀ ? ସାତକୋଶିଆ ନା ଅନ୍ୟ ଜଙ୍ଗଲକୁ ହେବ ସ୍ଥାନାନ୍ତର

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆରେ ରହିବ ନା ଓଡ଼ିଶାର ଅନ୍ୟ କେଉଁ ଜଙ୍ଗଲକୁ ସ୍ଥାନାନ୍ତର ହେବ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘୁଣୀର ଗତିବିଧି ଅନୁଧ୍ୟାନ କରୁଛନ୍ତି ଓ୍ଵାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବିଶେଷଜ୍ଞ ଟିମ୍‌ । କେଉଁଠି ନିରାପଦ ସ୍ଥାନରେ ସୁନ୍ଦରୀକୁ ରଖାଯିବ ସେନେଇ ଅନୁଧ୍ୟାନ କରୁଛି ଟିମ୍‌ । ସୁନ୍ଦରୀକୁ ଅନୁଧ୍ୟାନ ପାଇଁ WCCBର ସିବି, ସିଆଇଡି, ଏସ୍‌ଆଇଟି ଜଙ୍ଗଲକୁ ଯାଇଛନ୍ତି ।

ବର୍ତ୍ତମାନ ବାଘୁଣୀ ଆଠମଲ୍ଲିକର ବିପ୍ରହିଡ ଯାଇଥିବା ସୂଚନା ମିଳିଛି । ଓ୍ଵାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡକ୍ଟର ରମେଶଙ୍କ ନେତୃତ୍ୱରେ ଏକ ଟିମ୍‌ ସାତକୋଶିଆ ଯାଇଛି । ବାଘୁଣୀ ଜନବସତିକୁ କାହିଁକି ମୁହାଁଉଛି ? ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି ।

tiger

ସାତକୋଶିଆ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରାଯିବାକୁ ମଧ୍ୟ ବିଚାରବିମର୍ଶ କରାଯାଇଛି । ଅନ୍ୟପଟେ ସାତକୋଶିଆ ଅଞ୍ଚଳରେ ଲୋକଙ୍କୁ ସୁନ୍ଦରୀ ଭୟ ଘାରିଛି । ଠେଙ୍ଗାବାଡି ଧରି ବୁଲୁଛନ୍ତି ଅଞ୍ଚଳବାସୀ । ପ୍ରଥମେ ମଣିଷ ଓ ପରେ ଗୃହପାଳିତ ପଶୁଙ୍କୁ ବାଘୁଣୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାଘ ବାଘୁଣୀଙ୍କୁ ଅଣାଯିବା ସମୟରେ ବନ ବିଭାଗ NTCAଙ୍କ ନିୟମ ପାଳନ କରି ନଥିବା ସିଟିଜେନ ଫୋରମ ଏବଂ ଅଭୟାରଣ୍ୟବାସୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.