ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ, ଜୁଲାଇ ଦ୍ଵିତୀୟ ସପ୍ତାହରୁ ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ୧୧ କିମ୍ବା ୧୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ହେଲେ ରାଜ୍ୟରେ ଭଲ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ୍‌ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ ପାରୁନି ଚାଷକାମ ।

ଗତ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି, ବୌଦ୍ଧ, କନ୍ଧମାଳ,ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ଅସରାଏ ଲେଖାଏ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସର୍ବାଧିକ ୯୧.୪ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୪ ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.