ଫିକ୍ସ ଡିପୋଜିଟ୍‌ ମାଚ୍ୟୁର ହେବା ତୁରନ୍ତ ପରେ କରନ୍ତୁ କ୍ଲେମ ନହେଲେ ହେବ କ୍ଷତି, ଆର୍‌ବିଆଇ ବଦଳାଇଲା ନିୟମ

ନୂଆଦିଲ୍ଲୀ :  ଫିକ୍ସ ଡିପୋଜିଟ୍‌ ସେଭିଂ ସବୁଠୁ ଲୋକପ୍ରିୟ ସଞ୍ଚୟ ଯୋଜନା । ଯଦି ଆପଣ କିଛି ବ୍ୟାଙ୍କ୍‌ରେ ଏଫ୍‌ ଡି କରୁଛନ୍ତି ତେବେ ଏ ଖବର ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ । ଯଦି ଆପଣଙ୍କ ଏଫ୍‌ଡି ମାଚ୍ୟୁର ହୋଇଯାଇଛି । ତେବେ ତୁରନ୍ତ କ୍ଲେମ କରି ନିଅନ୍ତୁ । ନଚେତ ପଡ଼ିପାରନ୍ତି କ୍ଷତିରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତା’ର ସର୍କୁଲାରରେ କହିଛି ଯେ ଏଫ୍‌ଡି ମାଚ୍ୟୁର ହେବା ପରେ ଯଦି ଆପଣ କ୍ଲେମ ନକରନ୍ତି ତେବେ ସେହି ଅର୍ଥ ବ୍ୟାଙ୍କରେ ପଡ଼ିରହିବ । ଫଳରେ ଆପଣ ବହୁ କମ ସୁଧ ପାଇବେ । ଏଫଡିରେ ପ୍ରଥମରୁ ସ୍ଥିର ହୋଇଥିବା ସୁଧ ସ୍ଥିରିକୃତ ହୋଇଥାଏ । ଯଦି ଆପଣ ମାଚ୍ୟୁରିଟି ପରେ ଏହାର କ୍ଲେମ ନକରନ୍ତି ତେବେ ଆପଣ ବହୁତ ଅଳ୍ପ ସୁଧ ପାଇବେ ।

ଯାହାଦ୍ୱାରା ଆପଣଙ୍କର କ୍ଷତି ଘଟିବ । ଏଫ୍‌ଡି ଆପଣ କୌଣସି ବି ବ୍ୟାଙ୍କରେ ନେଇ ପାରିବେ । ଏହାଛଡ଼ା ପୋଷ୍ଟ ଅଫିସରେ ବି ଆପଣ ଏଫ୍‌ ଡି ନେଇପାରିବେ । ଏଫଡି ଉପରେ ଆପଣ ଲୋନ ମଧ୍ୟ ନେଇ ପାରିବେ । ହେଲେ ଏହି ସୁବିଧା ଟ୍ୟାକ୍ସ ସେଭିଂ ଏଫ୍‌ଡି ଉପରେ ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.