Below header

ମହଙ୍ଗା ପଡିଲା ଗଣମାଧ୍ୟମକୁ ଧମକ ଦେବା, ଶେଷରେ ହାର ମାନିଲା ମାଓ ସଙ୍ଗଠନ

ମାଲକାନଗିରି: ମହଙ୍ଗା ପଡିଲା ଗଣମାଧ୍ୟମ କୁ ମାଓ ସଙ୍ଗଠନ ର ଧମକ । ଗଣମାଧ୍ୟମ ଆଗରେ ହାର ମାନିଲା ମାଓ ସଙ୍ଗଠନ। ମାଲକାନଗିରି ଜିଲ୍ଲା ଛତିଶଗଡ଼ର ଦକ୍ଷିଣ ସବ ଜୋର୍ଣ୍ଣାଲ ବ୍ୟୁର ମାଓ ସଙ୍ଗଠନ ପକ୍ଷରୁ ଏଭଳି ପ୍ରେସ ରିଲିଜ ଜାରି ହେଲା । ଆପୋଷ ବୁଝାମଣା ପାଇଁ ଗଣମାଧ୍ୟମ କୁ ଆହ୍ୱାନ କଲେ ମାଓ ସଙ୍ଗଠନ। ଗତ ୧୨ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦକ୍ଷିଣ ସବ ଜୋର୍ଣ୍ଣାଲ ବ୍ୟୁର ମାଓବାଦୀ ଗଣମାଧ୍ୟମ କୁ ଧମକ ପୂର୍ଣ୍ଣ ଚିଠି ଦେଇଥିଲା। ବିକାଶ କାର୍ଯ୍ୟ ରେ ନିୟୋଜିତ କର୍ପୋରେଟ ସହ ସାଲିସ କରୁଛି ଗଣମାଧ୍ୟମ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମାଓ ସଙ୍ଗଠନ।

letterସୁକମା ଜିଲ୍ଲାର ଫାରୁଖ ଅଲ୍ଲୀ ନାମକ ଏକ ପତ୍ରକାର ସହ ଆଉ କିଛି ଗଣମାଧ୍ୟମକୁ ଟାର୍ଗେଟ କରି ଧମକ ଦେଲା ଭଳି ଏହି ଚିଠିରେ ଉଲ୍ଲେଖ କରିଥିଲେ।। ତେବେ ଗଣମାଧ୍ୟମ ବିରୋଧରେ ମିଛ ଅଭିଯୋଗ ଆଣିଥିବାରୁ ଆଜି ଓଡିଶା ,ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟର ସବୁ ବର୍ଗର ଗଣମାଧ୍ୟମ ମିଳିତ ଭାବରେ ମାଓ ସଙ୍ଗଠନ ବିରୋଧରେ ଏକ ବିରାଟ ରାଲି କରି ବିକ୍ଷୋଭ ପାଇଁ ଡାକରା ଦେଇଥିଲେ। ଛତିଶଗଡ଼ର ଜଗଦଲପୁରର ଚାନ୍ଦିନୀ ଚଉକ ଠାରେ ପଦଯାତ୍ରା କରିବା ସହ ଧାରଣାରେ ବସିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।

letterକିନ୍ତୁ ଗଣମାଧ୍ୟମର ଏତେ ବଡ଼ ମାଓ ବିରୋଧୀ ଆନ୍ଦୋଳନ ଡ଼ାକରାକୁ ଦେଖି ପୂର୍ବରୁ ଆପୋଷ ବୁଝାମଣା ପାଇଁ ନିମନ୍ତ୍ରଣ କରିଛି ମାଓ ସଙ୍ଗଠନ। ରାଲି କୁ ବନ୍ଦ କରି ଦୁହିଁଙ୍କ ମଧ୍ୟରେ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଅନୁରୋଧ କରିଛି ଦକ୍ଷିଣ ସବ ଜୋର୍ଣ୍ଣାଲ ବ୍ୟୁର ମାଓ ସଙ୍ଗଠନ। ତେବେ ମାଓବାଦୀଙ୍କ ପକ୍ଷରୁ ସଠିକ ସମାଧାନର ଉତ୍ତର ପାଇ ନଥିବାରୁ ଆନ୍ଧ୍ର ଛତିଶଗଡ଼, ତେଲେଙ୍ଗାନା ଏବଂ ଓଡିଶା ର ସମସ୍ତ ଗଣମାଧ୍ୟମ ଧାରଣା ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.