ନୂଆ କୃଷି ଆଇନ ବିରୋଧରେ ଆଜି ଚାଷୀଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ: ଦିନ ୧୨ଟାରୁ ୪ଟା ଯାଏ ଆନ୍ଦୋଳନ

କେନ୍ଯୁଜ୍: କୃଷି ଆଇନ ବିରୋଧରେ ଚାଷୀ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ୪ ଘଣ୍ଟିଆ ଦେଶବ୍ୟାପୀ ରେଳରୋକ । ୪୦ଟି କୃଷକ ସଙ୍ଗଠନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ରେଳରୋକ ଆନ୍ଦୋଳନ ଡାକରା ଦେଇଛି । ଦେଶର ବିଭିନ୍ନ ପ୍ରାନ୍ତରରୁ ଚାଷୀ ମାନେ ଏଥିରେ ସାମିଲ ହେବେ ବୋଲି ରାକେଶ ଟିକାୟତ ଘୋଷଣା କରିଛନ୍ତି ।

ଆଜି ୪ ଘଣ୍ଟିଆ ରେଳ ରୋକ କରିବେ ବିଭିନ୍ନ ସଙ୍ଗଠନ । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ । ବିଶେଷକରି ୪ ରାଜ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସବୁ ରାଜ୍ୟରେ ଗୁଇନ୍ଦା ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ୨୦ କମ୍ପାନୀ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.