ଗଛରେ ଓଢଣୀ ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ

ଟିଟିଲାଗଡ(କେନ୍ୟୁଜ): ସଇଁତଳ ଥାନା ଡଙ୍ଗରମୁଡ଼ା ଗାଁର ଛୋଟ ଡୁଙ୍ଗୁରିରେ ଗଛରେ ଓଢଣୀ ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ଏବଂ ଏହାକୁ ପରିବାର ଲୋକେ ବିରୋଧ କରିବାକୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହେଇଛି ।

ଡଙ୍ଗରମୁଡ଼ା ଗାଁର ରାଧେଶ୍ୟାମ ଭୋଇଙ୍କ ପୁଅ ଚନ୍ଦ୍ର ଭୋଇ ଓ ତୁଷୁରା ଗାଁ ନିକଟସ୍ଥ ନୂଆପଡାର ଯାଜ୍ଞାସିନୀ କୁଅଁର ଗତ ରାତିରେ ଡୁଙ୍ଗିରି ନିକଟକୁ ଆସି ଏକ ବର ଗଛରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ଗାଁର କିଛି ଲୋକ ଜଙ୍ଗଲକୁ ଯିବା ବେଳେ ବର ଗଛରେ ଯୁବକ ଓ ଯୁବତୀଙ୍କ ଶବ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ କହିଥିଲେ ।

ସଇଁତଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.