ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ, ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

ଜଳେଶ୍ୱର (କେନ୍ୟୁଜ): ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି । ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା ଓ କଟକର ପ୍ରମୁଖ ସ୍ଥାନରେ ତାଙ୍କର ୨୪ଟି ପ୍ଲଟ ଠାବ । କଟକ ବୟାଳିଶ ମୌଜାରେ ତାଙ୍କର ଦୁଇଟି ଆଲିସାନ ବଙ୍ଗଳା ରହିଛି । ବୟାଳିଶ ମୌଜା କଳପଡ଼ାରେ ଥିବା ୩ ମହଲା କୋଠାର ଦାମ ଏକ କୋଟି ୨୨ ଲକ୍ଷ ଟଙ୍କା ।

arrest

ସେହିପରି ୪୨ ମୌଜା ଶ୍ରୀକ୍ରିଷ୍ଣା ବିହାରରେ ଏକ ଦୁଇ ମହଲା ଅଟ୍ଟାଳିକା ରହିଛି । ଯାହାର ମୂଲ୍ୟ କୋଟିଏ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କ ଘରୁ ୧ କେଜି ସୁନା ଅଳଙ୍କାର ଓ ୩ କେଜି ୬୩୨ ଗ୍ରାମ ରୁପା ଅଳଙ୍କାର ମିଳିଛି । ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ବିଡିିଓଙ୍କ ୪ଟି ଦାମୀ କାର୍‌ ଜବତ କରିଛି ଟିମ୍‌ । ବୟାଳିଶ ମୌଜା କଳପଡ଼ାରେ ତାଙ୍କର ଏକ ଇଟା ଫ୍ୟାକ୍ଟ୍ରି ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.