ସମୁଦ୍ରରେ ଗାଧୋଇବା ହେଲା କାଳ ; ଭାସିଗଲେ ତିନି ପର୍ଯ୍ୟଟକ, ୧ ମୃତ ,୨ ଉଦ୍ଧାର

ପୁରୀ (କେନ୍ୟୁଜ): ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣ ଗାଧୋଇବା ବେଳେ ହଠାତ୍‌ ତିନି ଜଣ ଭାସିଯାଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମିନାକ୍ଷୀଙ୍କୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ସମୁଦ୍ରରୁ ଉଦ୍ଧାର କରାଯାଇଛି । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.