ଦୀର୍ଘ ୫ ବର୍ଷ ପରେ ଜନ୍ମମାଟିକୁ ଫେରିଲା ଜଗା

ଫୁଲବାଣୀ (କେନ୍ୟୁଜ) : ଜନ୍ମମାଟିକୁ ଫେରିଲା ଜଗା। ଦୀର୍ଘ ୫ ବର୍ଷ ପରେ ଫୁଲବାଣୀ ଫେରିଛି କନ୍ଧମାଳର ବହୁ ଚର୍ଚ୍ଚିତ ଜଗା । ୨୦୧୭ରେ ଯୋଡ଼ା ମୁଣ୍ଡକୁ ଅଲଗା କରିବା ପାଇଁ ଜଗା-ବଳିଆଙ୍କୁ ପ୍ରଥମେ କଟକ ଓ ପରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ଏମ୍‌ସରେ ଅପରେସନ କରାଯାଇ ଅଲଗା କରାଯାଇଥିଲା ଜଗା-ବଳିଆଙ୍କ ଯୋଡ଼ା ମୁଣ୍ଡ। ପରେ ଉଭୟଙ୍କୁ ସ୍ଥାନାନ୍ତର କରାଯାଇଥିଲା କଟକ ଏସ୍‌ସିବି। ଗତ ନଭେମ୍ବର ୨୫ରେ ଏସ୍‌ସିବିରେ ଆଖିବୁଜିଥିଲା ବଳିଆ। କେବଳ ଜଗାର ଚିକିତ୍ସା ଚାଲିଥିଲା। ବାପା-ମାଆଙ୍କ ଅନୁରୋଧ ସହ ସ୍ୱାସ୍ଥ୍ୟ ଅବସ୍ଥାକୁ ଅନୁଧ୍ୟାନ କରିବା ପରେ ଜଗାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇଥିଲେ ଏସ୍‌ସିବି କର୍ତ୍ତୃପକ୍ଷ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଏକ ୩ ଜଣିଆ ଡାକ୍ତରୀ ଦଳ କଟକ ଯାଇ ଜଗାକୁ ଧରି ଫୁଲବାଣୀ ଆଣିଥିଲେ। ଜଗାର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ ଥିବା ଡାକ୍ତରମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.