ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ: ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି, ସମୟ ଆସିଲେ ସବୁ କଥା କହିବୁ

ଅର୍ଚ୍ଚନା ନାଗଙ୍ଗ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆମ ମୁଣ୍ଡରେ ଅଠା ବୋଳାଯାଇଛି । ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗଙ୍ଗ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜଗବନ୍ଧୁ କହିଛନ୍ତି, ଅକ୍ଷୟ ପରିଜା ଚକ୍ରାନ୍ତ କରି ସେମାନଙ୍କୁ ଫସାଇଛନ୍ତି । ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ ଆମ ବିରୋଧରେ ଏତଲା ଦେଇଛି । ଆମ ମୁଣ୍ଡରେ ଅଠା ବୋଳାଯାଇଛି । ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ଦାବି କରିଛନ୍ତି ।

ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି । ସମୟ ଆସିଲେ ସବୁ କଥା କହିବେ । ଆଜି କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିବା ବେଳେ ଗଣମାଧ୍ୟମ ଆଗରେ ଏଭଳି ବିସ୍ଫୋରକ କଥା କହିଛନ୍ତି ଜଗବନ୍ଧୁ ଚାନ୍ଦ । ପୂର୍ବରୁ ଏମିତି କିଛି କଥା କହି ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲେ ଅର୍ଚ୍ଚନା ନାଗ । ଏବେ ମୁହଁ ଖୋଲିଛନ୍ତି ସ୍ୱାମୀ ଜଗବନ୍ଧୁ ।

ସୂଚନାଯୋଗ୍ୟ ଯେ, ଆର୍ଥିକ ହେରଫେର୍‌ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ସେବେଠୁ ସେ ଜେଲ୍‌ରେ ଅଛନ୍ତି । ଉଭୟଙ୍କ ଆର୍ଥିକ କାରବାର ସଂପର୍କରେ ଛାନ୍‌ଭିନ୍‌ କରୁଛି ଇଡି । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇଡି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.