Below header

୩୨ ବର୍ଷ ପୁରୁଣା Apple କମ୍ପ୍ୟୁଟର ଧରି ଷ୍ଟୋର୍‌ର ଲଞ୍ଚ୍‌ ଇଭେଣ୍ଟରେ ପହଞ୍ଚିଲେ ବ୍ୟକ୍ତି, ଆଶ୍ଚର୍ଯ୍ୟ ହୋଇଗଲେ ଟିମ୍‌ କୁକ୍‌

ଜଣେ ବ୍ୟକ୍ତି ଆପଲ୍‌ର ୩୨ ବର୍ଷ ପୁରୁଣା କମ୍ପ୍ୟୁଟର ଧରି ଷ୍ଟୋରର ଲଞ୍ଚ୍‌ ଇଭେଣ୍ଟରେ ପହଞ୍ଚିଥିଲେ। ଆଉ ତାଙ୍କୁ ଦେଖି କମ୍ପାନୀର ସିଇଓ ଟିମ୍‌ କୁକ୍‌ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Appleର ପ୍ରଥମ ଅଫିସିଆଲ୍ ଷ୍ଟୋର ମୁମ୍ବାଇର ଜିଓ ୱାର୍ଲ୍ଡ ଡ୍ରାଇଭ୍ ମଲ୍‌ରେ ଖୋଲିଛି। କମ୍ପାନୀର ସିଇଓ ଟିମ୍ କୁକ୍ ନିଜେ ଷ୍ଟୋରର ଡୋର୍‌ ଖୋଲି ଲୋକମାନଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଏକ ଖୁସିର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଇଣ୍ଟରନେଟରେ ଛାଇଯାଇଛି।

ଜଣେ ବ୍ୟକ୍ତି ଆପଲ୍‌ର ୩୨ ବର୍ଷ ପୁରୁଣା କମ୍ପ୍ୟୁଟର ଧରି ଷ୍ଟୋରର ଲଞ୍ଚ୍‌ ଇଭେଣ୍ଟରେ ପହଞ୍ଚିଥିଲେ। ଆଉ ତାଙ୍କୁ ଦେଖି କମ୍ପାନୀର ସିଇଓ ଟିମ୍‌ କୁକ୍‌ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବ୍ୟକ୍ତି ଜଣକ ଯେଉଁ କମ୍ପ୍ୟୁଟର ଧରି ଆପଲ୍ ଷ୍ଟୋର୍ର ଲଞ୍ଚ ଇଭେଣ୍ଟରେ ପହଞ୍ଚିଥିଲେ, ତାହାର ନାମ ହେଉଛି Macintosh Classic। ଏହାକୁ କମ୍ପାନୀ ୧୯୯୦ରୁ ୧୯୯୨ ମଧ୍ୟରେ ଉତ୍ପାଦନ କରିଥିଲା। ଅର୍ଥାତ୍‌ ପ୍ରାୟ ୩୨ ବର୍ଷ ପୁରୁଣା କମ୍ପ୍ୟୁଟରକୁ ବ୍ୟକ୍ତି ଆଜି ମଧ୍ୟ ଯତ୍ନର ସହିତ ସାଇତି ରଖିଛନ୍ତି।

ଏହି କମ୍ପ୍ୟୁଟରରେ ୪୦ ଏମ୍‌ବିର ହାର୍ଡଡିସ୍କ ଏବଂ ୨ ଏମ୍‌ବି RAM ଉପଲବ୍ଧ ଥିଲା। ସେତେବେଳେ ଏହି କମ୍ପ୍ୟୁଟରର ମୂଲ୍ୟ ଥିଲା ପାଖାପାଖି ୯୯୯ ଡଲାର। ଆପଲ୍ ସିଇଓ ଟିମ୍ କୁକ୍ ଯେତେବେଳେ ଏତେ ପୁରୁଣା କମ୍ପ୍ୟୁଟର ବ୍ୟକ୍ତିଙ୍କ ହାତରେ ଦେଖିଥିଲେ, ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ତାଳି ମାରି ସେହି ବ୍ୟକ୍ତିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.