କୋରାପୁଟ: କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଜେଲର ଗଗନ ବିହାରୀ ନିଲମ୍ବିତ

କୋରାପୁଟ (କେନ୍ୟୁଜ): କୋରାପୁଟ ସର୍କଲ ଜେଲ୍‌ର ଜେଲର ଗଗନ ବିହାରୀ ସାହୁ ନିଲମ୍ବିତ । ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍‌ ଡିଜି । କୋରାପୁଟ ସବ୍‌ ଜେଲର୍‌ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା କାରଣକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ହାଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ଏ ସଂପର୍କିତ ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଏନେଇ ଶୁଣାଣି କରି ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଉପକାରାଗାରର ଜେଲର୍‌ ସାରଦା ପ୍ରସନ୍ନ ରାଉତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୟାଗଡ଼ ଜିଲ୍ଲା ଜଜ୍‌ ଅଚାନକ ଗସ୍ତ କରିବା ପରେ ଅବ୍ୟବସ୍ଥା ନେଇ ଦେଇଥିଲେ ରିପୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.