ଯାଜପୁର : ମାର୍କେଟ୍‌ ଉଠିଲା ବାଳାଶ୍ରମ ପଡ଼ିଆକୁ, ହାଟରେ ସବୁ ଦିନ ଖୋଲା ରହିବ ୫୦ଟି ଦୋକାନ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି ଛକରେ ଥିବା ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳର ଆମିଷ ମାର୍କେଟକୁ ବାଳାଶ୍ରମ ପଡିଆକୁ ଉଠାଇ ଦିଆଯାଇଛି । ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦୂରତ୍ୱ ବଜାୟ ରହିବ । ଗ୍ରାହକମାନେ ଦୂରରେ ରହିବା ପାଇଁ ଗୋଲେଇ ଚିହ୍ନ ଦିଆଯାଇଛି । ଜିଲ୍ଲାପାଳ ନିଜେ ବାଳାଶ୍ରମ ପଡିଆ ଯାଇ ସେଠାରେ ତଦାରଖ କରିଥିଲେ । ଏଠାରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ମାର୍କେଟ୍‌ ଖୋଲା ରହିବ ।

JAJPUR-1ସେହିପରି ବିରଜା ସାପ୍ତାହିକ ହାଟରେ ରହିଥିବା ଦୋକାନ ମଧ୍ୟରୁ ୫୦ଟି ଦୈନିକ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ ଏହି ଦୋକାନ ଗୁଡିକ ଖୋଲା ରହିବ । ହାଟରେ ରହିଥିବା ସମସ୍ତ ଦୋକାନକୁ ନ ଖୋଲି ପର୍ଯ୍ୟାୟ କ୍ରମରେ ଖୋଲା ଗଲେ ଭିଡକୁ ନିୟ୍ନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଘରେ ରୁହନ୍ତୁ,ଯେତିକି ଜିନିଷ ଆବଶ୍ୟକ ସେତିକି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ଆଇନ ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.