ବିଶିଷ୍ଟ ବୈାଦ୍ଧ ଗବେଷକ ତଥା ଯାଜପୁର ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ନୃସିଂହ ଚରଣ ସାହୁଙ୍କ ପରଲୋକ

ଯାଜପୁର(କେନ୍ୟୁଜ୍): ବିଶିଷ୍ଟ ବୈାଦ୍ଧ ଗବେଷକ ତଥା ଯାଜପୁର ଜିଲ୍ଲା ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ନୃସିଂହ ଚରଣ ସାହୁଙ୍କ ପରଲୋକ । ଗତକାଲି ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଗତ କିଛି ମାସ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାହୁ ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ରହିଥିବା ବେଳେ ରାଜ୍ୟର ଜଣେ ପ୍ରତିଷ୍ଠିତ ବୈାଦ୍ଧ ଗବେଷକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ ।

ତାଙ୍କ ଉଦ୍ୟମରେ ଗଜରାଜ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିବା ବେଳେ ସଂଗ୍ରାହଳୟରେ ବହୁ ଐତିହାସିକ କିମ୍ବଦନ୍ତି ରହିଛି । ଏହାକୁ ଦେଖିବା ପାଇଁ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେବଳ ସେତିକି ନୁହେଁ ଧର୍ମଶାଳା ବୈାଦ୍ଧ ଇତିହାସକୁ ଲୋକଲୋଚନକୁ ଆଣିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଧର୍ମଶାଳାର ପରିଚୟ ସୃଷ୍ଟି କରିପାରିଥିବା ବ୍ୟକ୍ତିତ୍ୱ ଥିଲେ ସ୍ୱର୍ଗତ ସାହୁ । ତାଙ୍କ ବିୟୋଗରେ ସମଗ୍ର ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.