Below header

ବୁଲ୍‌ବୁଲ୍‌ର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଦୁଇ ଦିନ ସ୍କୁଲ ଛୁଟି

ଯାଜପୁର ଟାଉନ (କେ ନ୍ୟୁଜ୍‌): ସାମୁଦ୍ରିକ ଝଡ ବୁଲ ବୁଲର ପ୍ରଭାବରେ ଯାଜପୁର ଜି ଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆଜି ଓ ଆସନ୍ତାକାଲି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିନା ଅନୁମତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବର୍ଷା ଓ ପବନ ବେଳେ ଉଦ୍ଧାର କାର୍ଯ୍ୟ ଲାଗି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲ୍ଲାକୁ ଏନଡିଆରଏଫ୍‌ ଟିମ୍ ଯୋଗାଇ ଦିଆଯାଇଛି । ଏନଡିଆରଏଫ୍‌ ଅଧିକାରୀଙ୍କ ସହିତ ଭାରପ୍ରାପ୍ତ ଜିଲ୍ଲାପାଳ ଆଲୋଚନା କରି କିଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରାଯିବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ।
ସେପଟେ ଅଧିକ ବର୍ଷା ଏବଂ ପବନ ହେଲେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.