ଯାଜପୁରବାସୀଙ୍କ ସ୍ୱପ୍ନ ହେଲା ପୂରଣ, ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ମେଡିକାଲ କଲେଜକୁ କେନ୍ଦ୍ର ସରକାର ଅନୁମୋଦନ

ଯାଜପୁର ଟାଉନ (କେନ୍ୟୁଜ୍) : ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଥମ ପର‌୍ୟ୍ୟାୟରେ ଏହା ୧୦୦ ଶଯ୍ୟା ବିଶିଷ୍ଟ ହେବାକୁ ମଧ୍ୟ ନିଷ୍ପତି ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଯାଜପୁରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲାବାସୀ । ଯାଜପୁର ସହରର ଗାନ୍ଧୀଛକରେ ବିଧାୟକଙ୍କ ସମର୍ଥକ ବାଣ ଫୁଟାଇ ଖୁସିରେ ମିଠା ବଣ୍ଟନ କରିଥିଲେ। ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଆଙ୍କୁଲା ଠାରେ ଜାଗା ଚିହ୍ନଟ ହୋଇଛି । ଏଥିସହିତ ଯାଜପୁର ସଦର ଡାକ୍ତରଖାନା ଓ ଏହାର ଆଖାପାଖ ଅଞ୍ଚଳରେ ନର୍ସିଂ କଲେଜ ନିର୍ମାଣ ହେବା ପାଇଁ ମଧ୍ୟ ସ୍ଥିର ହୋଇଛି ।

sweets ଯାଜପୁର ଜିଲା ଉପରେ ଆଖପାଖ ଭଦ୍ରକ,କେନ୍ଦ୍ରାପଡା ଜିଲାର ଅନେକ ଅଞ୍ଚଳ ନିର୍ଭର କରୁଥିବାରୁ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଏହି ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହେବେ । ଏଥିସହିତ ଉପକୂଳ ଓଡିଶାର ଡାକ୍ତରଖାନାରେ ଡାକ୍ତର ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି । ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହିତ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବିଶେଷଜ୍ଞ ମାନଙ୍କୁ ଅଣାଯିବ ଓ ଜିଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଯାଜପୁର ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.